ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଓଡ଼ିଆ ପୁଅ ସହିଦ ରାଣାପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ ଗାର୍ଡ ଅନର ଦିଆଯାଇଛି ଇ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱରରେ ଗାର୍ଡ ଅଫ ଅନର ଦିଆଯିବା ସହ ତାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ନିଆଯିବ । ଏହା ପୂର୍ବରୁ ବୀର ପୁଅକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ରାଣା ପ୍ରତାପ ଦାସ । ସହିଦ ରାଣା ପ୍ରତାପଙ୍କ ଘର ଅନୁଗୁଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁରରେ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି । ସେ ବିହାରର ଗୟାରେ ବିବାହ କରିଥିଲେ । ବୁଧବାର ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହିତ ୧୩ ଜଣଙ୍କର ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ଜୀବିତାବସ୍ଥାରେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ ଗୁରୁତର ହୋଇ ବେଙ୍ଗାଲୁରୁ ସେନା ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି I