ରାଣପ୍ରତାପଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦର ପହଁଚିଲା : ମୁଖ୍ୟମନ୍ତ୍ରୀ ଦେଲେ ଶେଷ ଶ୍ରଦ୍ଧାଞ୍ଜଳି

ଗତ ବୁଧୁବାର ଦିନ (୦୭-୧୨ -୨୧) ଦିନ ତାମିଲନାଡୁ ର କୁନ୍ନୁର ଠାରେ ଭାରତୀୟ ବାୟୁସେନାର ଏକ IAF ଚପର ଦୁର୍ଘଟଣାଗ୍ରସ୍ତ ହୋଇ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଥିଲେ ।ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକମାତ୍ର ଓଡ଼ିଆ ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି। ସେ ବାୟୁସେନାର ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ Iଭୁବନେଶ୍ୱର ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ବିରୋଧୀ ଦଳ ବିଧାୟକମାନେ, ପୁଲିସ୍ ଡିଜି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏଠାରୁ ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଉଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସୂଚନାନୁସାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ସିଂ ରାୱତ ଏବଂ ପତ୍ନୀ ଙ୍କ ସହିତ ୧୪ ଜଣ ବାୟୁସେନା ର ବରିଷ୍ଠ ଅଧିକାରୀ ଙ୍କୁ ନେଇ ବାୟୁ ସେନାର ଏକ ହେଲିକପ୍ଟର ୱଲିଂଟନ ର ସେନା କଲେଜ ର କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିବା ସମୟରେ କୂଂନୁର ଠାରେ ଏହି ଦୁର୍ଘଟଣା ଘଟିଥିଲା I ଏହି ମର୍ମନ୍ତୁଦ ଦୁର୍ଘଟଣା ରୁ ସୌଭାଗ୍ୟକ୍ରମେ କେବଳ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଜୀବିତ ଅଛନ୍ତି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ବେଙ୍ଗାଳୁରୁ ସେନା ହସ୍ପିଟାଲ ରେ ଚିକିତ୍ସା କରାଯାଉଛି I

Comments (0)
Add Comment