ରନିଲ ୱିକ୍ରମସିଂଘେ ହେଲେ ଶ୍ରୀଲଙ୍କା ର ନୂଆ ରାଷ୍ଟ୍ରପତି

ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ରନିଲ ୱିକ୍ରମସିଂଘେ । ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ନେତା ବିକ୍ରମାସିଂଘେଙ୍କ ପାଖରେ ମାତ୍ର ଗୋଟିଏ ଆସନ ରହିଛି, ତଥାପି ସେ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ୫ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି । ତେଣୁ ପୂର୍ବ ଅଭିଜ୍ଞତାକୁ ନେଇ ସେ ନିଜ ଦାୟିତ୍ୱ ପୂରା କରିବେ ବୋଲି ଦଳ ଆଶା ରଖିଛି । ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଓ ରନିଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ଏହି ସମୟରେ ତାଙ୍କୁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଥିବା କୁହାଯାଉଛି ।

ଏହି ବୈଠକ ପରେ ରାଷ୍ଟ୍ରପତି ରାଜପକ୍ଷ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ରାଷ୍ଟ୍ରପତି କହିଥିଲେ କି ଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୂର କରିବାକୁ ଗୋଟିଏ ମିଳିତ ସରକାର ଗଠନ ଖୁବ ଶିଘ୍ର ହେବ । ଏଥିସହ ତାଙ୍କୁ ମିଳିଥିବା କାର୍ଯ୍ୟନିର୍ବାହୀ କ୍ଷମତାକୁ ସେ ସଙ୍କୁଚିତ କରିବେ କିନ୍ତୁ ରାଷ୍ଟ୍ରପତି ପଦ ଛାଡିବେନି ବୋଲି କହିଥିଲେ । ସୂତ୍ର ଅନୁସାରେ କ୍ଷମତାରେ ଥିବା ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସଏଲପିପି), ବିରୋଧୀ ସମଗୀ ଜନ ବାଲାବେଗାୟା( ଏସଜେବି) ସହ ଅନ୍ୟ ଦଳ ସଂସଦରେ ବିକ୍ରମାସିଂଘେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିଜର ସମର୍ଥନ ଜଣାଇଛନ୍ତି।

ୟୁଏନପିର ଅଧ୍ୟକ୍ଷ ଅଭେୟବାରଦେନା ଜୋର ଦେଇ କହିଥିଲେ, ବିକ୍ରମାସିଂଘେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଦଳ ବହୁମତ ହାସଲ କରିବ। ଦେଶର ସବୁଠୁ ପୂରଣI ଦଳ ୟୁନଏପି ୨୦୨୦ରେ ଗୋଟିଏ ବି ଆସନ ଜିତିପାରି ନଥିଲା।