ଭୁଷୁଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ

ଭୁବନେଶ୍ୱର : ନିର୍ମାଣ ହେବାକୁ ୨ ମାସ ନପୂରୁଣୁ ଭୁଷୁଡ଼ିଲା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଚେରି। ଏଥିରେ କାହାର କୌଣସି କ୍ଷତି ହୋଇ ନଥିବାବେଳେ ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ପାଚେରୀ ନିର୍ମିତହୋଇଥିଲା I

ଜନପଥକୁ ଲାଗିଥିବା ପାଚେରି ୟୁନିଭର୍ସିଟି ଗାର୍ଡେନକୁ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିମ୍ନ ମାନର କାମ ଯୋଗୁ ଏଭଳି ହୋଇଥିବା ସ୍ଥାନୀୟ କର୍ପୋରେଟର ଅଭିଯୋଗ ଆଣିଛନ୍ତି। ତେବେ ୨ ମାସ ପୂର୍ବେ ନିର୍ମାଣ ହୋଇଥିବା ପାଚେରି କିଭଳି ଭୁଶୁଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି। ପାଚେରିର ସମସ୍ୟାକୁ ନେଇ ବାରମ୍ବାର ବିଏମସି ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କିନ୍ତୁ କେହି ଏହାକୁ କର୍ଣ୍ଣପାତ କରିନଥିଲେ। ଯାହା ଫଳରେ ଆଜି ଏମିତି ଘଟଣା ଘଟିଲା ବୋଲି ରମାଦେବୀ ବିଶ୍ବବିଦ୍ୟାଳୟର ଉପକୂଳପତି ଜଣାଇଛନ୍ତି।