ରାମ ମନ୍ଦିର ଦାନ ଅନିୟମିତତା ମାମଲା: ସନ୍ଦେହଘେରରେ ଚମ୍ପତ ରାୟଙ୍କ ଭୂମିକା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ହୋଇଥିବା କଥିତ ଦାନ ଚୋରି ମାମଲାରେ ଏସଆଇଟି (SIT) ପକ୍ଷରୁ ଏକ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି। ଏହି ରିପୋର୍ଟରେ ମନ୍ଦିରର ଆର୍ଥିକ କାରବାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅନିୟମିତତା ହୋଇଥିବା ପଦାକୁ ଆସିଛି। ଏଥିସହ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଭୂମିକା ମଧ୍ୟ ଏବେ ସନ୍ଦେହଘେରକୁ ଆସିଛି। SIT ତଦନ୍ତ ଅନୁଯାୟୀ, ମନ୍ଦିରର ହୁଣ୍ଡି, ଅନଲାଇନ୍ ଦାନ ଏବଂ ନଗଦ କାଉଣ୍ଟର ରସିଦ୍‌ର ଯାଞ୍ଚ ସହ ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ପଚରାଉଚରା ଏବଂ ତଥ୍ୟରୁ ଜଣାପଡ଼ିଛି ଯେ, ମନ୍ଦିରକୁ ପ୍ରତି ମାସରେ ହାରାହାରି ୨୫ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବା ବେଳେ କୁମ୍ଭମେଳା ସମୟରେ ଏହି ସଂଖ୍ୟା ମାସିକ ପ୍ରାୟ ୧ କୋଟିରେ ପହଞ୍ଚିଥାଏ। ହିସାବ ଅନୁସାରେ, ପ୍ରତି ଭକ୍ତଙ୍କଠାରୁ ହାରାହାରି ୧୫ ରୁ ୧୮ ଟଙ୍କା ପର୍ଯ୍ୟନ୍ତ ଦାନ ମିଳିଥାଏ (ଯେଉଁଥିରେ ଶସ୍ୟ, ତେଲ କିମ୍ବା ଘିଅ ଭଳି ସାମଗ୍ରୀ ସାମିଲ ନାହିଁ)।