ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ରାମ ଚନ୍ଦ୍ର ପଉଡେଲ

ନେପାଳର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ନେପାଳି କଂଗ୍ରେସର ବରିଷ୍ଠ ନେତା ରାମ ଚନ୍ଦ୍ର ପଉଡେଲ । ନେପାଳୀ କଂଗ୍ରେସ ଏବଂ ସିପିଏନ(ମାଓବାଦୀ) ସମେତ ୮ଟି ଦଳ ମଧ୍ୟରୁ ସର୍ବସମ୍ମତି କ୍ରମେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ରାମ ଚନ୍ଦ୍ର ପଉଡେଲ ସଂସଦର ସର୍ବାଧିକ ୨୧୪ଟି ଭୋଟ୍‌ ପାଇଥିବା ବେଳେ ଆସେମ୍ୱଲିରେ ୩୫୨ଟି ଭୋଟ୍‌ ପାଇଛନ୍ତି। ନେପାଳି କଂଗ୍ରେସ ମୁଖ୍ୟ ଶେର ବାହାଦୂର ଦେବା ଟ୍ୱିଟ୍‌ କରି ରାମ ଚନ୍ଦ୍ର ପଉଡେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ମୋ ବନ୍ଧୁ ରାମ ଚନ୍ଦ୍ର ପଉଡେଲ ରାଷ୍ଟ୍ରପତି ଭାବେ ନିର୍ବାଚତ୍ ହୋଇଥିବାରୁ ମୁଁ ବହୁତ ଖୁସି।

ସୂଚନାଯୋଗ୍ୟ ଯେ, ନେପାଳର ଇଲେକ୍ଟୋରାଲ କଲେଜରେ ୮୮୪ ସଦସ୍ୟ ଅଛନ୍ତି। ହାଉସ ଅଫ ରିପପ୍ରଜେଣ୍ଟେଟିଭର ୨୭୫ ସଦସ୍ୟ, ନେସନାଲ ଆସେମ୍ୱଲିର ୫୯ ଓ ସାତ ପ୍ରଭିନସିଆଲ ଆସେମ୍ୱଲିର ୫୫୦ ଜଣ ସଦସ୍ୟ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୧୮ ଜଣ ଆସେମ୍ୱଲି ଏବଂ ଫେଡେରାଲ ସଂସଦର ୩୧୩ ସଦସ୍ୟ ମତ ଦେଇଛନ୍ତି। ୨୦୦୮ରେ ରେ ଦେଶ ଗଣତନ୍ତ୍ର ହେବା ପରଠାରୁ ନେପାଳରେ ଏହା ହେଉଛି ତୃତୀୟ ରାଷ୍ଟ୍ରପତି ନିର୍ବାଚନ।

ନେପାଳି କଂଗ୍ରେସର ବରିଷ୍ଠ ନେତା ରାମ ଚନ୍ଦ୍ର ପଉଡେଲ ଓ ସିପିଏନ(ୟୁଏମଏଲ)ର ଉପସଭାପତି ସୁବାସ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ଥିଲେ। ଏ ସଂକ୍ରାନ୍ତରେ ଭୋଟ ଦେବା ପାଇଁ ସଂସଦୀୟ କୋଠାର ଏକ ଗୃହରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଦୁଇଟି ପୃଥକ ପୋଲିଂ ଷ୍ଟେସନ କରାଯାଇଥିଲା। ଫେଡେରାଲ ପାର୍ଲିଆମେଣ୍ଟେରିଆନସ ଓ ପ୍ରଭିନ୍ସ ଆସେମ୍ୱଲି ମେମ୍ବର୍ସ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା