ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ହେଲା ଗୁରୁତର ,ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ : AIIMS

ପ୍ରସିଦ୍ଧ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତ୍ତର ହୋଇଛି । ଗତକାଲି ରାଜୁ ସଂକଟାପନ୍ନ ସ୍ଥିତିରୁ ମୁକୁଳିଥିବା ଖବର ଶୁଣିବାକୁ ମିଳିଥିଲା I କିନ୍ତୁ ଆଜି ପୁଣି ଅବସ୍ଥା ଗୁରୁତ୍ତର ହୋଇଛି I ଏଭଳି ସ୍ଥିତିରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ବଡ ବୟାନ ଦେଇଛନ୍ତି । ଗତ ୧୦ ତାରିଖ ରୁ ରାଜୁ ଗୁରୁତର ଅବସ୍ଥାରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ରାଜୁଙ୍କ ଚେତା ଫେରିନି। ତାଙ୍କ ପାଇଁ ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ରଣଦୀପ ଗୁଲେରିଆ କହିଛନ୍ତି। ଏହା ଜଣେ ରୋଗୀ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ବିଷୟ, ତେଣୁ ସେ ଏହି ପ୍ରସଙ୍ଗରେ ଅଧିକ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି ବୋଲି ସେ କହିଛନ୍ତି ।

ଡାକ୍ତରଙ୍କ କହିବା ମୁତାବକ, ରାଜୁଙ୍କୁ ଆଇସିୟୁର ନ୍ୟୁରୋକାର୍ଡିଓଲଜି ବିଭାଗର ଭେଣ୍ଟିଲେଟର୍‌ରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ। ଯଦିଓ ବ୍ରେନ୍‌ ଡେଡ୍‌ ହୋଇଥିବା ଖବରକୁ ଡାକ୍ତର ଖଣ୍ଡନ କରିଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ରଣଦୀପ ଗୁଲେରିଆ କହିଛନ୍ତି।

ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଶିକାର ହେବା ପରଠାରୁ ସେ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଦୁଇଦିନ ତଳେ ସେ ଗୁରୁତର ହୋଇପଡ଼ିଥିଲେ। ଫଳରେ ଲୋକମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଥିଲା। ତେବେ ଗତକାଲି ରାଜୁ ଶ୍ରୀବାସ୍ତବ କ୍ରିଟିକାଲ କଣ୍ଡିସନରୁ ବାହାରି ଆସିଥିବା ତାଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ସୂଚନା ଦେଇଥିଲେ। ସେ ଏକ ଭିଡିଓ ରେକର୍ଡିଂ କରି ଗୁଜବ ଖବର ଉପରେ ବିଶ୍ୱାସ ନ କରିବାକୁ କହିଥିଲେ। ଶେଖର ସୁମନ ଏହି ସୂଚନା ଫ୍ୟାନ୍‌ଙ୍କୁ ଜଣାଇଥିଲେ। କିନ୍ତୁ ଏବେ ପୁଣି ରାଜୁଙ୍କ ଅବସ୍ଥା ଗୁରୁତର ଥିବା ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ନିରାଶ ହୋଇପଡିଛନ୍ତି। ଦେଶର କୋଣ ଅନୁକୋଣରେ ଥିବା ତାଙ୍କ ଫ୍ୟାନ୍‌ମାନେ ରାଜୁଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛନ୍ତି।

AIIMSCOMEDIANCRITICAL CONDITIONNEXT 24 HRSRAU SRIBASTAV