ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ଦକ୍ଷିଣ ଭାରତର ପ୍ରଖ୍ୟାତ ଅଭିନେତା ତଥା ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିବା ରଜନୀକାନ୍ତ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଆଡମିଟ କରାଯାଇଛି। ହଠାତ୍‌ ରାଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଯାହା ଜଣାପଡିଛି ସେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ (ରୁଟିନ)ଚେକ ଅପ ପାଇଁ ଯାଇଥିଲେ I କିଛି ଦିନ ତଳେ ରଜନୀକାନ୍ତ ଫାଲେକ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେ ରହିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

Comments (0)
Add Comment