ଆଜି ସନ୍ଧ୍ୟା ରେ ରାଜସ୍ଥାନ ବନାମ ଚେନ୍ନାଇ ,ପ୍ଲେ-ଅଫ ପାଇଁ ରାଜସ୍ଥାନ ର ଲଢେଇ ରହିବ ଜୋରଦାର

ଆଇପିଏଲ୍ ୨୦୨୨ ର ୬୮ ତମ ମ୍ୟାଚ ରେ ଆଜି ସନ୍ଧ୍ୟାରେ ମୁହାଁ ମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ I ମୁମ୍ବାଇର ବ୍ରାବୋର୍ନ୍ ଷ୍ଟାଡିୟମରେ ଅନ୍ତିମ ପର୍ଯ୍ୟାୟ ରେ ଦୁଇ ଦଳ ନିଜ ନିଜ ଭାଗ୍ୟ ପରୀକ୍ଷା କରିବେ I ଗତକାଲି ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଚାଲିଥିବା ଅନ୍ତିମ ଲିଗ୍ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ଆଠ ୱିକେଟରେ ପରାସ୍ତ କରି ପ୍ଲେ ଅଫ୍ ଆଶାକୁ ବଞ୍ଚାଇ ରଖିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ପାଞ୍ଚ ୱିକେଟ ହରାଇ ୧୬୮ ରନ କରିଥିଲା। ଏହାର ଜବାବରେ ବାଙ୍ଗାଲୋର ୧୮ .୪ ଓଭରରେ ମାତ୍ର ଦୁଇ ୱିକେଟ୍ ହରାଇ ୧୬୯ ରନ ର ଲକ୍ଷ୍ୟ ହାସଲ କରିନେଇଛି I
ସେହିଭଳି ଆଜିର ମ୍ୟାଚ ରେ ଚେନ୍ନାଇ ପ୍ଳେଅଫ ଦୌଡରୁ ବାଡ଼ ପଡିଥିବାବେଳେ ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଜରୁରୀ । ଆଜି ଜିତିଲେ ରୟାଲ୍ସ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ । ଫଳରେ ଆଜି ସନ୍ଧ୍ୟା ର ମ୍ୟାଚ ଟି ଦୁଇ ଦଳ ପାଇଁ ବେଶ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଜଣାଯାଉଛି I

ଗୁଜୁରାଟ ଟାଇଟାନ୍ସ ବର୍ତ୍ତମାନ ୨୦ ପଏଣ୍ଟ ସହ ଟେବୁଲ ରେ ଶୀର୍ଷ ରେ ରହିଛି I ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୧୮ ରନ୍ କରି ୨ୟ ସ୍ଥାନ ରେ ରହିଥିବାବେଳେ , ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରତ୍ୟେକ ୧୬ ପଏଣ୍ଟ ସହ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିଭଳି ଦିଲ୍ଲୀ କ୍ୟାପିଟାଲସ ୧୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଥିବାବେଳେ କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ୧୨ ପଏଣ୍ଟ ସହ ଷଷ୍ଠରୁ ଅଷ୍ଟମ ସ୍ଥାନରେ ରହିଛି ରହିଛନ୍ତି I ଅନ୍ୟପଟେ ଆଠ ପଏଣ୍ଟ ସହ ଚେନ୍ନାଇ ସୁପର କିଙ୍ଗ୍ସ ନବମ ସ୍ଥାନରେ ରହିଛି ଏବଂ ୬ ପଏଣ୍ଟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ ଶେଷରେ ରହିଥିବାବେଳେ ,ଚେନ୍ନାଇ ଓ ମୁମ୍ବାଇ ପ୍ଳେଅଫ ଦୌଡରୁ ବାହାରି