ରାଜସ୍ଥାନ ରାଜନୈତିକ ସଙ୍କଟ : ରାଜ୍ୟପାଳ ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ

ରାଜସ୍ଥାନ ରାଜନୀତିରେ ଏକ ନୂଆ ଭୂକମ୍ପ ଆସିଛି। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ସମସ୍ତ ମନ୍ତ୍ରୀ ମାନେ ଇସ୍ତଫା ଦେଇଛନ୍ତି I କ୍ୟାବିନେଟ ସ୍ତରରେ ହେବାକୁ ଥିବା ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପୂର୍ବରୁ ଘଟିଛି ଏହି ଘଟଣା I
ଏହି ପ୍ରସଙ୍ଗରେ ରବିବାର ଦିନ ଅପରାହ୍ନ ୨ ଟାରେ ଏକ ବୈଠକ ଅନୁଷ୍ଠିତ ହେବ। କିନ୍ତୁ ଏକ ସଦ୍ୟତମ ଖବର ରୁ ପ୍ରକାଶ ଯେ ରାଜସ୍ଥାନ ସିଏମ ଅଶୋକ ଗେହଲୋଟ୍ ନିଜେ ଯାଇ ରାଜ ଭବନରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ସେ ନିଜେ ସିଏମ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି। ଏ ନେଇ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିଆୱାସ ସୂଚନା ଦେଇଛନ୍ତି

ଉଲ୍ଲେଖନୀୟ ବିଷୟ ହେଉଛି, ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ଏହାର କାର୍ଯ୍ୟକାଳର ୩ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଯଦି ରାଜନୈତିକ ବିଶ୍ଳେଷକଙ୍କ ମତ ଅନୁସାରେ , କ୍ୟାବିନେଟ ପୁନର୍ଗଠନରେ ସଚିନ ପାଇଲଟ କ୍ୟାମ୍ପର ବିଧାୟକଙ୍କ ଆଶା ପୂରଣ କରିବା ତଥା ଗତ ବର୍ଷ ରାଜନୈତିକ ସଙ୍କଟରେ ସରକାରଙ୍କୁ ସମର୍ଥନ କରିଥିବା ବିଧାୟକଙ୍କ ଆଶା ପୂରଣ ହେବ। ନେଇ ନିକଟରେ ପାର୍ଟି ହାଇ କମାଣ୍ଡ ଙ୍କୁ ଭେଟିଥିଲେ ସଚିନ ପାଇଲଟ I ତେବେ ଏହାର କାରଣ ବିଷୟରେ କିଛି ଜଣ ପଡି ନାହିଁ I

Comments (0)
Add Comment