ରାଜସ୍ଥାନରେ ମିଳିଲା ବିଶାଳ ୟୁରାନିୟମ୍ ଭଣ୍ଡାର: ଦୂର ହେବେ ଦେଶର ବିଦ୍ୟୁତ ସଙ୍କଟ

ଝାଡଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ୟୁରାନିୟମର ବିଶାଳ ଭଣ୍ଡାର ମିଳିଛି । ରାଜସ୍ଥାନ ର ସୀକର ଖଣ୍ଡେଲା ଜିଲ୍ଲାରେ ଏହି ବୃହତ ୟୁରାନିୟମ୍ ଖଣି ଠାବ କରାଯାଇଛି । ଏହାପରେ ସିକର୍ ନିକଟ ଖାନ୍ଦେଲା ତହସିଲର ରୋହିଲରେ ୟୁରାନିୟମ୍ ଖଣି ଖନନ ପାଇଁ ରାଜ୍ୟ ସରକାର ଖଣି ଲିଜ୍ ଅଫ୍ ଇଣ୍ଟେଣ୍ଟ୍ ଜାରି କରିଛନ୍ତି। ଏଠାରେ ୧୦୮୬.୪୬ ହେକ୍ଟର ଅଞ୍ଚଳରେ ୧୨ ମିଲିୟନ ଟନ ୟୁରାନିୟମ ଏବଂ ଏହାସହ ଏହାର ସହଯୋଗୀ ଖଣିଜ ମିଳିବା ପରେ କେନ୍ଦ୍ର ସରକାର ବେଶ ଆକ୍ଟିଭ ହୋଇଛନ୍ତି । ଏହାଦ୍ୱାରା ରୋଜଗାରଠୁ ଆରମ୍ଭ କରି ନିବେଶର ରାସ୍ତା ପ୍ରଶସ୍ତ ହେବ ।

ଅନ୍ୟପଟେ ୟୁରାନିୟମର ଗୁଣବତ୍ତା ଆଧାରରେ ଏହାର ପ୍ରୟୋଗ ପରମାଣୁ ଅସ୍ତ୍ର ନିର୍ମାଣ କରାଯିବ ନା ନାହିଁ ତାର ନିଷ୍ପତ୍ତି ନିଆଯିବ । ଏହାସହ ପରମାଣୁ ବୋମାରେ ୟୁରାନିୟମର ଉପଯୋଗ କରିବା ପାଇଁ ଅନେକ ବୈଜ୍ଞାନିକ ପରୀକ୍ଷଣ କରିବାକୁ ପଡିଥାଏ।

ଖନନ ପାଇଁ ରାଜସ୍ଥାନ ସରକାର ରବିବାର ଏଲଓଆଇ( ଲେଟର ଅଫ୍ ଇଣ୍ଟେଟ) ଜାରି କରିଛନ୍ତି । ଏହାସହ ୟୁରାନିୟମ ମାଇନିଂ ଉଦ୍ୟୋଗରେ ରାଜସ୍ଥାନର ପ୍ରବେଶ ହୋଇଛି। ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ପ୍ରାୟ ୩ ହଜାର କୋଟି ଟଙ୍କା ନିବେଶ କରିବ। ପ୍ରାୟ ୩ ହଜାର ଲୋକଙ୍କୁ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ରୋଜଗାର ମିଳିବ।

ରାଜ୍ୟର ଖଣି ବିଭାଗର ଅତିରିକ୍ତ ସଚିବ ସୁବୋଧ ଅଗ୍ରୱାଲ କହିଛନ୍ତି, ରାଜସ୍ଥାନ ସରକାର ସୀକର ନିକଟ ଖଣ୍ଡେଲା ତହସିଲ ଅନ୍ତର୍ଗତ ରୋହିଲରେ ୟୁରାନିୟମର ମାଇନିଂ ପାଇଁ ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆକୁ ଏଲଓଆଇ ଜାରି କରିଛି। ଦେଶରେ ଝାଡଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ୟୁରାନିୟମର ବିଶାଳ ଭଣ୍ଡାର ମିଳିଛି । ୟୁରାନିୟମ ଦୁନିଆର ସବୁଠୁ ଦୁର୍ଲଭ ଖଣିଜ ମଧ୍ୟରୁ ଗୋଟିଏ। ପରମାଣୁ ଶକ୍ତି ପାଇଁ ୟୁରାନିୟମ ଅତ୍ୟନ୍ତ ମୂଲ୍ୟବାନ ଖଣିଜ। ୟୁରାନିୟମ ଖନନ ପରେ ରାଜସ୍ଥାନ ବୋଲ୍ଡ ସ୍କ୍ରିନକୁ ଆସିବା ସହ ନିବେଶ, ଆୟ ଏବଂ ରୋଜଗାର ପାଇଁ ବାଟ ମଧ୍ୟ ଫିଟିବ।