ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି

ଭୁବନେଶ୍ବର: ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ ।  ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ବାଲେଶ୍ବର OPID କୋର୍ଟ ।  ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ୍ ।  ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଅଭିଯୋଗରେ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରକୁ ଗିରଫ କରିଥିଲା  EOW । ଏପଟେ ରାଜାଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି ।  ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସୀ ଓ ଟ୍ରାନସପୋର୍ଟିଂ କୋଅପରେଟିଭ ସୋସାଇଟିରେ ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ଫେବୃଆରୀ ୭ ତାରିଖରେ ମାମଲା ରୁଜୁ ହୋଇଥିଲା ।  ରାଜା ଚକ୍ରଙ୍କ ବିରୋଧରେ ସିଧାସଳଖ ୯ କୋଟି ୧୦ଲକ୍ଷ ଟଙ୍କାର ହେରଫେର ପ୍ରମାଣ ମିଳିଥିବା କ୍ରାଇମବ୍ରାଞ୍ଚ କହିଛି । ପୂର୍ବରୁ ରାଜା ଚକ୍ରଙ୍କର ୪୨ଟି ଗାଡ଼ିକୁ ସିଜ କରାଯାଇଛି ।  ବ୍ୟାଙ୍କରେ ଥିବା ତାଙ୍କର ୨୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।