ଆନ୍ଦୋଳନ କାରୀ କୃଷକ ଙ୍କ ଉପରେ ଠେଙ୍ଗା ଉଠାଅ :ଖଟ୍ଟର

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ପରିପ୍ରେକ୍ଷୀରେ ହରୟାନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଦେଇଥିବା ମନ୍ତବ୍ୟ କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି i ବିଜେପି କିଷାନ ମୋର୍ଚ୍ଚା ର ଏକ ବୈଠକ କୁ ସମ୍ବୋଧନ ବେଳେ ଆନ୍ଦୋଳନକାରୀ କୃଷକ ଙ୍କ ବିରୋଧ ରେ ଠେଙ୍ଗା ଉଠାଇବାକୁ ଖଟ୍ଟର କହିଛନ୍ତି I ସେ ପୁଣି କହିଛନ୍ତି କୃଷକଙ୍କ ବିରୋଧରେ ଯେସାକୁ ତେସା ନୀତି ଆପଣେଇବା ଦରକାର ଇ କୃଷକ ଙ୍କ ବିରୋଧ ରେ ହିଂସା ଘଟାଇ ଜେଲ ଯିବାକୁ ମଧ୍ୟ ଖଟ୍ଟର ଦଳୀୟ କର୍ମୀ ଙ୍କୁ ଆହ୍ୱାନ ଦେଇଛନ୍ତି ଇ ସେ କହିଛନ୍ତି ‘ଜେଲ ରେ ମାସ ମାସ ରହିବା ପରେ ତୁମେ ଜଣେ ହିରୋ ହେଇଯିବ ତୁମ ନା ଇତିହାସ ରେ ଲେଖାଯିବ ‘ ଖଟ୍ଟର ଙ୍କ ର ଏହି ବିବାଦୀୟ ବୟାନ ,ସାମାଜିକ ଗଣମାଧ୍ୟମ ରେ ପ୍ରଚାରିତ ହେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି Iକଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ,ଏହା ବିଜେପି ର କୃଷକ ବିରୋଧୀ ଷଡଯନ୍ତ୍ର କୁ ସୂଚିତ କରୁଛି I

Comments (0)
Add Comment