ଆଜିଠୁ ରାଜ୍ୟରେ ବଢିବ ବର୍ଷା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବଢିବ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ୬ ଦିନ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ଓ ତାପର ୪ ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଉତ୍ତର ପଶ୍ଚିମବଙ୍ଗ ଓ ତତସଲଗ୍ନ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଥିବାରୁ ଏହା ଉତ୍ତର ପୂର୍ବଦିଗକୁ ଗତି କରିଥିବା ବେଳେ ଆଜି ଝାଡଖଣ୍ଡ ଆଡକୁ ଅଗ୍ରସର ହୋଇପାରେ ।ଆଜିଠୁ ବର୍ଷାର ବିସ୍ତୃତି ବଢିବାକୁ ଥିବାବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ହୋଇପାରେ ଅତିପ୍ରବଳ ବର୍ଷା ।