୧୯ରୁ ୨୧ ମଧ୍ୟରେ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ପାରଦ ଉପରମୁହାଁ ହେଉଥିବାବେଳେ ଆସନ୍ତା ୧୯ରୁ ୨୧  ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ଭିତରେ ୯ଟି ଜିଲ୍ଲାରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ନେଇ ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଢେ଼ଙ୍କାପାଳ, କେନ୍ଦୁଝର ଓ ମୟୁରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୯ ତାରିଖ ମଧ୍ୟରେ ଶୁଖିଲା ପାଗ ଅପରିବର୍ତ୍ତିତ ରହିବ ।  ପ୍ରକାଶ ଯେ ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି ପାରଦ । ଫେବୃଆରୀରୁ ଦେଖିବାକୁ ମିଳିଛି ସୂର୍ୟ୍ୟଙ୍କ କୋପ । ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି । ଗତକାଲି ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ, ଯାଜପୁର, ଝାରସୁଗଡ଼ା ସମେତ ୮ ସହରରେ ୩୫ ଡିଗ୍ରି ସେଲସିୟସ ଉପରେ ରହିଛି ଦିନ ତାପମାତ୍ରା । ଅନୁରୂପ ଭାବେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହୁଛି । ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ଏବେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆଗାମୀ ୭ ଦିନ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।