ରେଳ ଦୁର୍ଘଟଣା : ଜାରି ହେଲା ହେଲ୍ପ ଲାଇନ ନମ୍ବର

ରାୟଗଡା: ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି । ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ସହିତ ପଲାସା ପାସେଞ୍ଜର ଟ୍ରେନ ପଛପଟୁ ଧକ୍କା କରିଛି I ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଫଳରେ ପଲାସାର ଏକ ବଗି ମେନ ଲାଇନରେ ପଡିଥିଲା । ଏହି ସମୟରେ ମେନ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ପଲାସା ବଗିକୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି I

ରେଳ ଦୁର୍ଘଟଣା ପରେ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି I

–ହେଲ୍ପ ଲାଇନ ନମ୍ବର –୦୬୭୪-୨୩୦୧୬୨୫/୨୩୦୧/୨୩୦୩୦୬୯

–ବିଶାଖାପାଟଣା ଷ୍ଟେସନ ନମ୍ବର–୦୮୯୧-୨୭୪୬୩୩୦,୮୧୦୬୦୫୩୦୫୨

–ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନମ୍ବର –୮୯୭୮୦୮୦୯୩୯

— ରାୟଗଡା ହେଲ୍ପ ଲାଇନ ନମ୍ବର–୯୪୩୯୭୪୨୦୭୧,୭୩୨୬୮୧୧୯୮୬