ବିଧାୟକଙ୍କ ଘରେ ରେଡ଼; ୯ ଲକ୍ଷ ଟଙ୍କା ଓ କାର ଜବତ

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ ମାମଲା । ଗତକାଲି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାରସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିବାବେଳେ, ଆଜି ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ଚଢାଉ କରିଛି ଇଡି ।

ଚଢାଉ ବେଳେ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଛି ଇଡି । ହେଲେ ଉକ୍ତ ଗାଡିଟି ପ୍ରୟାସକାନ୍ତିଙ୍କ ନାଁ ରେ ରେଜିଷ୍ଟ୍ରେସନ ହୋଇନଥିବା ଜଣାପଡିଛି । ଜାବତ କାରଟି ବିଲଡର ସଂସ୍ଥା ନାଁରେ ରହିଥିବା ଜଣାପଡିଛି । ଏନେଇ କାର୍ କିଣାର ଛାନଭିନ୍ ଆରମ୍ଭ ହୋଇଥିବାନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ଭଦ୍ରକ ବରପଦା ଇଞ୍ଜିନିୟରିଙ୍ଗ କଲେଜରେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିବା ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୋଗ ପରେ ମଧ୍ୟ କୌଣସି ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲା ଇଡି ହାତକୁ ଆସିଥିଲା । ତେବେ ସେହି ମାମଲାକୁ ନେଇ ଗତକାଲି ରେଡ୍ ଆରମ୍ଭ କରିଛି ଇଡି ।