ରାହୁଲଙ୍କ ବିମାନକୁ ଅବତରଣ ପାଇଁ ମିଳିଲାନି ଅନୁମତି

ଆକ୍ସନ ମୋଡରେ କଂଗ୍ରେସ ! ବିମାନ ଅବତରଣ କରିବାକୁ ରାହୁଲଙ୍କୁ ମିଳିଲାନି ଅନୁମତି କଂଗ୍ରେସ ନେତା । ରାହୁଲ ଗାନ୍ଧୀଙ୍କ ବିମାନକୁ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଏହି ଅଭିଯୋଗକୁ ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦର ପକ୍ଷରୁ ଖଣ୍ଡନ କରାଯାଇଛି । କଂଗ୍ରେସ ନେତା ଅଜୟ ରାୟ ଅଭିଯୋଗ ଆଣି କହିଥିଲେ ଯେ ‘ବିମାନବନ୍ଦରର କର୍ତ୍ତୃପକ୍ଷ ଚାପରେ ଆସି ରାହୁଲ ଗାନ୍ଧୀଙ୍କ ବିମାନକୁ ଅବତରଣ ଅନୁମତି ଦେଇନଥିଲେ ।

ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଏକ ବାହାନା ଭାବେ ବ୍ୟବହାର କରିଥିଲେ । ରାହୁଲଙ୍କ ବିମାନ ସୋମବାର ରାତିରେ ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଜାଣିଶୁଣି ବିମାନଟିକୁ ଅବତରଣ ପାଇଁ ଅନୁମତି ଦିଆଯାଇନଥିଲା ।’ ଏହି ଅଭିଯୋଗକୁ ନେଇ ଏବେ ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ ‘ରାହୁଲ ଗାନ୍ଧୀଙ୍କୁ ନେଇ ଯାଉଥିବା ଚାର୍ଟର ଜେଟ୍ କମ୍ପାନି ନିଜେ ତାଙ୍କ ଉଡ଼ାଣକୁ ବାତିଲ କରିଥିଲା ।

୨୦୨୩ ମସିହା ଫେବ୍ରୁଆରି ୧୩ ତାରିଖ ରାତିରେ ଏମ୍‌/ଏସ୍ ଏର‌୍ୟାୱେଜ୍ ପକ୍ଷରୁ ବିମାନଟିକୁ ବାତିଲ କରାଯାଇଛି ବୋଲି ଏକ ମେଲ୍ ଆସିଥିଲା । ବିମାନଟିକୁ ଅପରେଟରଙ୍କ ଦ୍ୱାରା ବାତିଲ୍ କରାଯାଇଛି ବୋଲି ଦେଇଥିବା ବିବୃତ୍ତିକୁ ଦୟାକରି ପରିବର୍ତ୍ତନ କରନ୍ତୁ ।’