ରାହୁଲଙ୍କ ସଜା ଉପରେ ରୋକ

ନୁଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି । ରାହୁଲଙ୍କ ସଜା ଉପରେ ରୋକ ଲଗାଇଲେ କୋର୍ଟ ।  ମୋଦି ସରନେମ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ରାହୁଲ ଗାନ୍ଧୀଙ୍କ ନିଲମ୍ବନ ମାମଲା ଉପରେ ଶୁଣାଣି କରିଥିଲେ ।  ସୁରତ ତଳ କୋର୍ଟ  ରାହୁଲଙ୍କ ବିରୋଧରେ ଶୁଣାଇଥିବା ସଜା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ଏହି ସମୟରେ କୋର୍ଟ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ଓକିଲ ମହେଶ ଜେଠାମାଲିନିଙ୍କୁ ପଚାରିଥିଲେ କୋର୍ଟ ତାଙ୍କୁ ଅଧିକ ଦଣ୍ଡ ଦେବାର କ’ଣ ଗ୍ରାଉଣ୍ଡ ରହିଛି ?  କମ ସଜା ବି ଦିଆ ଯାଇ ପାରିବ ? ଏହାଦ୍ୱାରା ସଂସଦୀୟ କ୍ଷେତ୍ରର ଜନତାଙ୍କ ଅଧିକାର ବି ସୁରକ୍ଷିତ ରହିବ । ଏହା ପରେ ସୁପ୍ରିମ କୋର୍ଟ ରାହୁଲଙ୍କୁ ଦଆ ଯାଇଥିବା ଦଣ୍ଡାଦେଶ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । ତେବେ ଅପିଲ ପେଣ୍ଡିଂ ରହିବା ପର୍ଯ୍ୟନ୍ତ ରୋକ ଲାଗୁ ରହିବ ବୋଲି କୋର୍ଟ କହିଛନ୍ତି ।

କୋର୍ଟଙ୍କ ଏହି ରାୟ ପରେ ରାହୁଲ ତାଙ୍କ ସଦସ୍ୟତା ଫେରି ପାଇବେ । ଏବେ ସଂସଦ ଅଧିବେଶନରେ ଯୋଗ ଦେଇପାରିବେ । କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ କଂଗ୍ରେସ ଟୁଇଟ କରି ଲେଖିଛି ‘ଏହା ନଫରତ ବିରୋଧରେ ମୋହବ୍ବତର ଜିତ । ସତ୍ୟମେବ ଜୟତେ-ଜୟହିନ୍ଦ’ ।

ତେବେ ସୁପ୍ରିମ କୋର୍ଟ ତାଙ୍କ  ବୟାନରେ ରାହୁଲ ଗାନ୍ଧୀଙ୍କୁ ବି ସମାଲୋଚନା କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଥିଲେ, ରାହୁଲଙ୍କ ଟିପ୍ପଣୀ ଗୁଡ ଟେଷ୍ଟରେ ନ ଥିଲା । ତାଙ୍କର ଏପରି ବୟାନ ଦେବା ଆଦୌ ଠିକ ନ ଥିଲା । ପବ୍ଲିକ ଲାଇଫରେ ଏଥିପ୍ରତି ସତର୍କ ରହିବା ଦରକାର ।

ଅନ୍ୟପକ୍ଷେ ତଳ କୋର୍ଟଙ୍କ ଉଦ୍ଦେଶ୍ୟରେ କହିଥିଲେ, ତଳ କୋର୍ଟ ନିଜ ଆଦେଶରେ ଏକଥା ଉଲ୍ଲେଖ କରି ନ ଥିଲେ ଯେ ଅଧିକ ସଜା କାହିଁକି ଆବଶ୍ୟକ ? ବିଚାରପତିଙ୍କୁ ଅଧିକ ସଜାର କାରଣ ବି ସ୍ପଷ୍ଟ କରିବା ଉଚିତ । ସେହିପରି ହାଇକୋର୍ଟଙ୍କ ଆଦେଶ ପଢି ସୁପ୍ରିମକୋର୍ଟ ବିଚାରପତି କହିଥିଲେ, ହାଇକୋର୍ଟ ଏଥିରେ ବହୁତ ଉପଦେଶ ଦେଇଛନ୍ତି ।

NATIONALPOLITICS