କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି; ମୋଦୀଙ୍କୁ ସିଧା ଟାର୍ଗେଟ

ପୁନେ: କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଶତାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ମାମଲା ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ। ଏହି ଚିଠିରେ ମୋଦୀଙ୍କୁ ସିଧା ସିଧା ନିଶାନା କରିଛନ୍ତି ରାହୁଲ । ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ଜଘନ୍ୟ ଅଭିଯୋଗ ସତ୍ତ୍ବେ ପ୍ରଧାନମନ୍ତ୍ରୀ ଏକ ବଳତ୍କାରକାରୀ ପାଇଁ ପ୍ରଚାର କରିଛନ୍ତି । ଏଭଳି ଜଘନ୍ୟ ଅପରାଧରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ ପୀଡିତାମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ।

ରାହୁଲ ଗାନ୍ଧି କହିଛନ୍ତି, ନ୍ୟାୟ ପାଇଁ ଲଢେଇ କରୁଥିବା ପୀଡିତାମାନେ ଆମ ସହାନୁଭୂତି ଓ ସମର୍ଥନର ହକଦାର। ସେମାନଙ୍କୁ ସିଦ୍ଧରମୈୟା ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ।