ପୁଲିସ୍‌ ଷ୍ଟେସନରେ ଆଗରେ ଧାରଣା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ:ଦିଲ୍ଲୀର ସଂସଦ ମାର୍ଗ ପୁଲିସ୍‌ ଷ୍ଟେସନ ବାହାରେ ରାହୁଲ ଗାନ୍ଧି ଧାରଣାରେ ବସିଛନ୍ତି। ତାଙ୍କ ସହ ଅଛନ୍ତି ଛାତ୍ର ଆନ୍ଦୋଳନ ବେଳେ ପେଲେଟ ଗନ ମାଡ଼ରେ ଆହତ ହୋଇଥିବା ଜଣେ ଯୁବକ।ପେଲେଟ ଗନ ମାଡ଼ରେ ଯୁବକ ଜଣଙ୍କ ଆହତ ହୋଇଥିଲେ ହେଁ ପୁଲିସ୍‌ ଏଯାଏ ଏଫଆଇଆର ରୁଜୁ କରି ନାହିଁ। ଏହାର ପ୍ରତିବାଦରେ ପୀଡ଼ିତ ଯୁବକ, ତାଙ୍କ ମା’ ଓ କଂଗ୍ରେସ କର୍ମୀଙ୍କ ସହ ରାହୁଲ ଗାନ୍ଧି ପୁଲିସ୍‌ ଷ୍ଟେସନ ବାହାରେ ଧାରଣା ଆରମ୍ଭ କରିଛନ୍ତି। ଧାରଣା ଆରମ୍ଭ କରିବା ପୂର୍ବରୁ ରାହୁଲ ପ୍ରଥମେ ସଂସଦ ମାର୍ଗ ପୁଲିସ୍‌ ଷ୍ଟେସନ ଅଧିକାରୀଙ୍କ ସହ କଥା ହୋଇଥିଲେ। ତାଙ୍କୁ ପେଲେଟ ଗନ୍‌ ବ୍ୟବହାର ସମ୍ପର୍କରେ ତଥ୍ୟ ମାଗିବା ସହ ଏଫଆଇଆର ବିଧିବଦ୍ଧ ଭାବେ ପଞ୍ଜିକରଣ କରିବାକୁ କହିଥିଲେ। ତଥାପି କୌଣସି ସୁଫଳ ନ ମିଳିବାରୁ ରାହୁଲ ଗାନ୍ଧି ପୁଲିସ ଷ୍ଟେସନ ବାହାରେ ଧାରଣା ଦେଇଛନ୍ତି। କଂଗ୍ରେସ ଦାବି କରିଛି ଯେ ଜୁଲାଇ ୨୦ ସଂସଦ ଚାଲୋ ଆନ୍ଦୋଳନ ବେଳେ ଆରଏଏଫ କର୍ମଚାରୀମାନେ ପେଲେଟ ଗନ ବ୍ୟବହାର କରିଥିଲେ। ଏଥିରେ ଅନେକ ଶିକ୍ଷାର୍ଥୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଆହତ ଶିକ୍ଷାର୍ଥୀଙ୍କୁ ମଧ୍ୟରୁ ଜଣେ ହେଉଛନ୍ତି ସାହିଲ।