ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ

ଉଦଯାପିତ ହେଲା କଂଗ୍ରେସର ଭାରତ ଯୋଡ ଯାତ୍ରା । ଶାହାଙ୍କୁ ଚ୍ୟଲେଞ୍ଜ ଦେଲେ ରାହୁଲ ଗାନ୍ଧୀ ।ବିଜେପି ନେତା ମାନେ ଭୟଭୀତ । ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ପତାକା ଉଡ଼ାଇବା ସହ ଭାରତ ଯୋଡ଼ୋ ଯାତ୍ରା ସ୍ମାରକର ଉଦଘାଟନ କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ପରେ ଏସ୍‌କେ ଷ୍ଟାଡିୟମରେ ଏକ ଜନସଭାର ଆୟୋଜନ କରାଯାଇଥିଲା। ଏହି ସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି,ମୁଁ ଗାନ୍ଧିଜୀଙ୍କଠାରୁ ଶିଖିଛି ଯେ ଯଦି ତୁମେ ବଞ୍ଚିବାକୁ ଚାହୁଁଛ, ତେବେ ତୁମକୁ ବିନା ଭୟରେ ବଞ୍ଚିବାକୁ ପଡିବ। ମୁଁ ଏଠାରେ ଚାରି ଦିନ ଚାଲିଲି। ମୁଁ କେବଳ ଏହା ଭାବୁଥିଲି ଯେ ମୋର ଟି-ସାର୍ଟର ରଙ୍ଗ ବଦଳିଯିବ, ଏହାକୁ ଲାଲ୍ କରିଦିଆଯିବ। କିନ୍ତୁ ମୁଁ ଯାହା ଭାବିଥିଲି ତାହା ହେଲା ନାହିଁ। ଜମ୍ମୁ କଶ୍ମୀରର ଲୋକମାନେ ମୋତେ ହ୍ୟାଣ୍ଡ ଗ୍ରେନେଡ ନଦେଇ ଭଲପାଇବା ଦେଇଥିଲେ। ଖୋଲା ହୃଦୟରେ ମୋତେ ସ୍ବାଗତ କରିଥିଲେ। ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ ମୁଁ ଚାରି ଦିନ ଯେମିତି ବିନା ଡ଼ରରେ ପଦଯାତ୍ରା କଲି, କୌଣସି ବିଜେପି ନେତା ତାହା କରିପାରିବେ ନାହିଁ। କାରଣ ବିଜେପିର ଲୋକମାନେ ଭୟଭୀତ ଅଛନ୍ତି।

ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଜମ୍ମୁ କଶ୍ମୀରରେ ଟାର୍ଗେଟ କିଲିଂ ଓ ବିସ୍ଫୋରଣ ଘଟୁଛି। ଯଦି ସୁରକ୍ଷା ବ୍ୟବସ୍ଥା ଏତେ ଭଲ ତେବେ ଲାଲ ଚୌକ୍ ଠାରୁ ଜମ୍ମୁକୁ କାହିଁକି ବିଜେପି ପଦଯାତ୍ରା କରୁନାହିଁ? ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁରୁ କଶ୍ମୀର ପର୍ଯ୍ୟନ୍ତ କାହିଁକି ଯାତ୍ରା କରୁନାହାନ୍ତି? ମୁଁ ଭାବୁନାହିଁ ଏଠାରେ ସୁରକ୍ଷା ବ୍ୟବସ୍ଥା ଭଲ ଅଛି।