‘ମବ ଲିଂଚିଙ୍ଗ’ ଟ୍ୱିଟ ପରେ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କ ଉପରେ ରାହୁଲ ଗାନ୍ଧୀ ଖପ୍ପା

ମବଲିଚିଂକୁ ନେଇ ରାହୁଲ ଗାନ୍ଧୀ ଙ୍କ ଟ୍ଵିଟ୍ ଉପରେ ଜଣେ ସାମ୍ବାଦିକ ପ୍ରଶ୍ନ ପଚାରି ଦେବIରୁ , ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ଭୀଷଣ ଖପ୍ପା ହୋଇ ମନ ଇଛା ବର୍ଷି ଛନ୍ତି ରାହୁଲ ଗାନ୍ଧୀ । ଏହା ସହିତ ସେ ସାମ୍ବାଦିକଙ୍କୁ ସରକାରଙ୍କ ଏଜେଣ୍ଟଙ୍କ ରୂପେ କାମ କରିବା ବନ୍ଦ କରନ୍ତୁ ବୋଲି କହିଛନ୍ତି। ରାହୁଲଙ୍କୁ ଯେବେ ଦିଲ୍ଲୀର ବିଜୟ ଚୌକରେ ପ୍ରଶ୍ନ କରାଗଲା, କଂଗ୍ରେସ ସାଂସଦ ଉତକ୍ଷୀପ୍ତ ହୋଇ କହିଛନ୍ତି, ସରକାରଙ୍କ ଦଲାଲି କରନ୍ତୁ ନାହିଁ।
ସୋମବାର ଯେତେବେଳେ ଜଣେ ସାମ୍ବାଦିକ ଗୃହର କାର୍ଯ୍ୟ ନଚାଲିବା ପାଇଁ ଦୋଷୀ ଦାୟୀ ବୋଲି ସରକାରଙ୍କ ବୟାନ ଉପରେ ପ୍ରଶ୍ନ କରିବାରୁ, ରାହୁଲ ଚିଢି ଯାଇଥିଲେ। ସେ ସାମ୍ବାଦିକଙ୍କୁ ଆପଣ ସରକାରଙ୍କ ପାଇଁ କାମ କରୁଥିବା ପ୍ରଶ୍ନ କରିଥିଲେ ?

ସୂଚନା ଅନୁସାରେ ରାହୁଲ ଗାନ୍ଧୀ ନିଜର ଟ୍ଵିଟ୍‌ରେ ଲେଖିଥିଲେ, ୨୦୧୪ ପୂର୍ବରୁ ଲିଚିଂ ଶବ୍ଦ ଶୁଣା ଯାଇ ନ ଥିଲା । ମୋଦୀ ସରକାର ଆସିବା ପୂର୍ବରୁ ମବ ଲିଂଚିଙ୍ଗ ନଥିଲା। ତେବେ ପ୍ରଥମ ଥର ରାହୁଲ ଗାନ୍ଧୀ ମିଡିଆକୁ ଟାର୍ଗେଟ୍ କରି ନାହାନ୍ତି। ଗତ ଏକ ସପ୍ତାହରେ କଂଗ୍ରେସ ସାଂସଦ ଅତିକମରେ ତିନି ଥର ଗଣମାଧ୍ୟମକୁ ସମାଲୋଚନା କରି ସାରିଛନ୍ତି।

ଏହା ପୂର୍ବରୁ ରବିବାର ମିଡିଆ ବିରୋଧୀଙ୍କ ସ୍ଵର ଚାପି ଦେଉଥିବା ଅଭିଯୋଗ କରିଥିଲେ। ସେ ଟ୍ଵିଟ୍ କରିଥିଲେ ଯେ, ଦୁଃଖଦ ! ଅନେକ ମିଡିଆ ସାଥୀ କେବଳ ଗୋଟିଏ ବ୍ୟକ୍ତିଙ୍କ ଚେହେରା ଦେଖାଉଛନ୍ତି ଏବଂ ବିରୋଧୀଙ୍କ ସ୍ଵରକୁ ଚାପି ଦେଉଛନ୍ତି। ବିରୋଧୀଙ୍କ ସ୍ଵରକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଦେଉ ନାହାନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଆପଣଙ୍କୁ ଯାହା ଉଚିତ୍ ଲାଗୁଛି ତାହା କରନ୍ତୁ। ଯଦି ଆପଣଙ୍କ ବିରୋଧରେ କେବେ ଅନ୍ୟାୟ-ହିଂସା ହୁଏ ତେବେ ଅତୀତରେ ମୁଁ ଆପଣଙ୍କ ସହିତ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିଛି ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀ ଆହୁରି ମଧ୍ୟ ଗାଁ ମାଧ୍ୟମ କୁ ପ୍ରଶ୍ନ ପଚାରିଛନ୍ତି ଯେ ଦେଶ ର ପ୍ରଧାନ ମନ୍ତ୍ରୀ ଙ୍କୁ କେତେଜଣ ଗଣମାଧ୍ୟମ ପ୍ରଶ୍ନ ପଚାରୁଛନ୍ତି ?ସେହିପରି ବିଜେପି ଅଭିଯୋଗ କରି କହିଛି ଯେ ମବ ଲିଂଚିଙ୍ଗ ର ଉଦ୍ଭାବକ ହେଉଛନ୍ତି ରାହୁଲ ଗାନ୍ଧୀ ଙ୍କ ବାପା ଅର୍ଥାତ ସ୍ବର୍ଗୀୟ ରାଜୀବ ଗାନ୍ଧୀ ବୋଲି I

Comments (0)
Add Comment