‘ପୁରୀ ନାମ ହିଁ ଯଥେଷ୍ଟ’ : ଶଙ୍କରାଚାର୍ଯ୍ୟ

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ‘ପୁରୀ’ ର ନାମ ପରିବର୍ତ୍ତନ ସମ୍ପର୍କରେ ଏହା ଅନାବଶ୍ୟକ ବୋଲି କହିଛନ୍ତି। ସେ କହିଛନ୍ତି, ପୁରୀ ନାମ ହିଁ ଯଥେଷ୍ଟ। ପୁରୀ କହିଲେ ସାରା ବିଶ୍ୱବାସୀ ଜାଣନ୍ତି ଏହା ଜଗନ୍ନାଥଙ୍କ ଧାମ। ଫଳରେ କିଛିଦିନ ହେବ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀ ର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ଧାମ ପୁରୀ ରଖିବା ଦାବିର ପୂର୍ଣ୍ଣଛେଦ ପଡିଛି ୱି ତେବେ ଶ୍ରୀଜଗନ୍ନାଥ ଧାମ ପୁରୀ ନାଁଟି ଯୋଡିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି ହେଉଥିଲା I

ଶଙ୍କରାଚାର୍ଯ୍ୟ କହିଛନ୍ତି, ଅଯୋଧ୍ୟାର ନାଁ ପ୍ରକୃତରେ ଅଧୋଧ୍ୟା ପୁରୀ। ସେହିଭଳି ମଥୁରାର ନାଁ ମଥୁରା ପୁରୀ। କାଶୀର ନାଁ କାଶୀ ପୁରୀ। କାଞ୍ଚିର ନାଁ କାଞ୍ଚି ପୁରୀ। ଉଜ୍ଜୟିନୀର ନାଁ ଉଜ୍ଜୟିନୀ ପୁରୀ। ଦ୍ୱାରକାର ନାଁ ଦ୍ୱାରକା ପୁରୀ ଓ ହରିଦ୍ୱାରର ନାଁ ହରିଦ୍ୱାର ପୁରୀ। ସେହିଭଳି ଅଷ୍ଟମ ପୁରୀ ହେଉଛି ଜଗନ୍ନାଥ ପୁରୀ। କିନ୍ତୁ କେବଳ ପୁରୀ କହିଲେ, ଜଗନ୍ନାଥ ଧାମକୁ ହିଁ ବୁଝାଏ।
ସେ ଆହୁରି କହିଛନ୍ତି, ‘ପୁରୀ’ର ବିଶେଷତ୍ୱ ହେଉଛି, ଏହା ପୂର୍ବରୁ ଜଗନ୍ନାଥ ନ ଲଗାଇଲେ ବି ସାରା ବିଶ୍ୱରେ ସମସ୍ତେ ଜାଣନ୍ତି ଏହା ହେଉଛି ଜଗନ୍ନାଥଙ୍କ ଧାମ। ତେଣୁ ‘ପୁରୀ’ ଆଗରେ ‘ଜଗନ୍ନାଥ’ ଯୋଡ଼ିଲେ ଏହାର ପ୍ରସିଦ୍ଧି ବଢ଼ିବ ନା କମିବ ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ। ତା’ସହିତ ‘ପୁରୀ’ ନାଁଟି ହିଁ ଯଥେଷ୍ଟ ବୋଲି କହିଛନ୍ତି।
ସେପଟେ ରାଜ୍ୟ ସରକାର ଏନେଇ ବିଚାର ବିମର୍ଶ କରି ଉଚିତ ପଦକ୍ଷେପ ନେବେ ଜିଲ୍ଲା ବିଜେଡି ନଗର ସଭାପତି କହିଛନ୍ତି।

Comments (0)
Add Comment