ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀ ଙ୍କ ଦ୍ୱାରା ଉନ୍ମୋଚିତ ହେଲା ଆଗାମୀ ୩୦ ବର୍ଷର :’ବିଶୁଦ୍ଧ ଉତ୍କଳ ସିଦ୍ଧାନ୍ତ ପଞ୍ଜିକା’

ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଙ୍କ ହାତରେ ନଭେମ୍ବର ୫ ତାରିଖ ସନ୍ଧ୍ୟା ୭ ଟା ରେ ଉନ୍ମୋଚିତ ହୋଇଛି ଆଗାମୀ ୩୦ ବର୍ଷର ବିଶୁଦ୍ଧ ଉତ୍କଳ ସିଦ୍ଧାନ୍ତ ପଞ୍ଜିକା I ଏହା ଓଡ଼ିଶାର ପ୍ରଥମ ବିଶୁଦ୍ଧ ଉତ୍କଳ ସିଦ୍ଧାନ୍ତ ପଞ୍ଜିକା ଯେଉଁଥିରେ କି ଏକତ୍ର ଆଗାମୀ ୩୦ ବର୍ଷର ଗଣନା ବିଜ୍ଞାନ ଭିତ୍ତିକ ଓ ଜାତୀୟ ପଞ୍ଜିକା ସହ ସମାନ ତଥା ନିର୍ଭୁଲ ଭାବରେ କରାଯାଇଛି I ଏଥିରେ ୨୦ ୨୧ ଜାନୁୟାରୀ ଠାରୁ ୨୦୫୦ ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶାର ଅନୁସରଣ କରାଯାଉଥିବା ସମସ୍ତ ଗ୍ରଂଥ ଯଥା ,ଗଦାଧର ପଦ୍ଧତି ,ନିର୍ଣୟସିନ୍ଧୁ ଓ ମୁହୂର୍ତ୍ତ ଚିନ୍ତାମଣି ଅନୁଯାୟୀ ପର୍ବ ପର୍ବାଣି ଓ ଶୁଭକର୍ମ ମାନ କରାଯାଇଥିବାରୁ ଏହି ପଞ୍ଜିକାରେ କୌଣସି ତ୍ରୁଟି ନାହିଁ I ଏଥିରେ ପର୍ବ ପର୍ବାଣୀ,ତିଥି ବାର ର ଗଣନା ନିର୍ଭୁଲ ଭାବରେ କରାଯାଇଥିବାରୁ ଏହି ପଞ୍ଜିକାଟି ଓଡ଼ିଶାର ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ସର୍ବତ୍ର ଗ୍ରହଣୀୟ I ପଞ୍ଜିକା ର ପରବର୍ତ୍ତୀ ସଂସ୍କରଣ ୨୦୫୧ ଠାରୁ ୨୧୦୦ ମସିହା ପର୍ଯ୍ୟନ୍ତ ଗଣନା ହୋଇ ମୁଦ୍ରଣ ଅପେକ୍ଷାରେ ରହିଛି I
ଏହି ପଞ୍ଜିକାଟିର ଗଣକ ପଣ୍ଡିତ ଗଣେଶ ଶାସ୍ତ୍ରୀ ହୋଇଥିବା ବେଳେ ଏ.କେ.ମିଶ୍ର ପବ୍ଲିଶର୍ସ ପ୍ରାଇଭେଟ ଲିମିଟେଡ଼(ବାଦାମବାଡ଼ି ,କଟକ ) ଏହାର ବିତରକ ଅଟନ୍ତି I

Comments (0)
Add Comment