ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

ଆସନ୍ତା ଫେବୃଆରୀ ୧୪ ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦେଇଛନ୍ତିି ନିର୍ବାଚନ ଆୟୋଗ । ତେବେ ନିର୍ବାଚନ ଘୁଞ୍ଚାଇବା ପାଇଁ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅପିଲ କରିଥିଲେ । ସେହି ଅନୁସାରେ ସବୁ ଦଳର ଅପିଲ ପରେ ଫେବ୍ରୁଆରୀ୧୪ ରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ କୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ ନିର୍ବାଚନ ତାରିଖ ଘୁଞ୍ଚାଇବା ନେଇ ନିର୍ବାଚନ ଆୟୋଗ ଆଜି ଏକ ବୈଠକ ଡକାଇଥିଲେ । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି ସାମିଲ ହୋଇଥିଲେ । ଆଜିର ବୈଠକ ପରେ ନିର୍ବାଚନ କମିଶନ ଏହି ତାରିଖ ଘୋଷଣା କରିଛନ୍ତି I ସୂଚନା ଅନୁସାରେ ଆସନ୍ତା ଫେବୃଆରୀ ୧୬ ତାରିଖରେ ଗୁରୁ ରବିଦାସଙ୍କ ଜୟନ୍ତୀ ପଡୁଛି I ତେବେ ଏହି ଜୟନ୍ତୀ କୁ ୧୦ଫେବୃଆରୀ ରୁ ପାଳନ କରାଯିବ । ଏଥିପାଇଁ ଲକ୍ଷ ଲକ୍ଷ ଭୋଟର ବନାରସ ଯିବେ। ସେଠାରେ ପ୍ରାୟ ୫ରୁ ୬ ଦିନ ରହିବେ। ଏଥଯୋଗୁଁ ଅନେକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ରହିବେ । ତେଣୁ ରବିଦାସଙ୍କ ଜୟନ୍ତୀ ଉପଲକ୍ଷେ ନିର୍ବାଚନ ତାରିଖ ଏକ ସପ୍ତାହ ଘୁଞ୍ଚାଇବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯାଇଥିଲା । ତେବେ ସବୁ ଦୃଷ୍ଟିରୁ ବିଚାର କରିବା ପରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖକୁ ପରିବର୍ତ୍ତନ କରିବା ନିଷ୍ପତ୍ତି ନେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ ବୋଲି କୁହାଯାଇଥିଲା। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। କିନ୍ତୁ ଏବେ ନିର୍ବାଚନ ତାରିଖ ୨୦ ଫେବ୍ରୁଆରୀକୁ ଘୁଞ୍ଚାଯାଇଛି

Comments (0)
Add Comment