ଏସିଆ କପ୍ ହାରିବା ପରେ ପିଓକେରେ ଉତ୍ତେଜନା, ଶାହବାଜ ସରିଫଙ୍କ ବିରୋଧରେ ପ୍ରଦର୍ଶନ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଆଜି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ୨୦୨୫ ଏସିଆ କପରେ ଭାରତ ବିପକ୍ଷରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ହୋଇଥିବା ବେଳେ ପିଓକେରେ ପରିସ୍ଥିତି ଖରାପ ହୋଇଯାଇଛି। ଅୱାମୀ ଆକ୍ସନ କମିଟି (ଏସିସି) ବଡ଼ ଧରଣର ପ୍ରତିବାଦ ଆୟୋଜନ କରୁଛି, ଯାହା ଫଳରେ ହଜାର ହଜାର ଲୋକ ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି। ବନ୍ଦ ସହିତ ରାସ୍ତା ଅବରୋଧ ଏବଂ ଧର୍ମଘଟ କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସରକାର ସୁରକ୍ଷା ବାହିନୀ ନିୟୋଜିତ କରିଛନ୍ତି। ସୂଚନା ଅନୁଯାୟୀ, ଏଏସିର ଜଣେ ପ୍ରମୁଖ ନେତା ଶୌକତ ନୱାଜ ମୀର କହିଛନ୍ତି ଯେ, “ଆମର ପ୍ରତିବାଦ କୌଣସି ପ୍ରତିଷ୍ଠାନ ବିରୁଦ୍ଧରେ ନୁହେଁ, ବରଂ ମୌଳିକ ଅଧିକାର ପାଇଁ। ୭୦ ବର୍ଷ ଧରି ଆମର ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି, କିନ୍ତୁ ଏବେ ଯଥେଷ୍ଟ ହୋଇଗଲା। ଆମକୁ ଆମର ଅଧିକାର ଦିଅ, ନଚେତ୍ ଲୋକଙ୍କ କ୍ରୋଧର ସମ୍ମୁଖୀନ ହୁଅ।”

Protests erupt in PoK after Asia Cup loss