କୋରାପୁଟ କଫି କୁ ପ୍ରୋତ୍ସାହନ, ଆଗାମୀ ୫ ବର୍ଷରେ କୋରାପୁଟ ରେ ୫ ହଜାର ହେକ୍ଟର ଜମିରେ ହେବ କଫି ଚାଷ : ମୁଖ୍ୟମନ୍ତ୍ରୀ

କଫି ଚାଷୀ ମାନଙ୍କ ପାଇଁ ବଡ ଖୁସି ଖବର I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି ଆସନ୍ତା ୫ ବର୍ଷରେ ୫ ହଜାର ହେକ୍ଟର ଜମିରେ ହେବ କଫି ଚାଷ ଏଥିପାଇଁ କଫି ଚାଷୀ ଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯିବ I କୋରାପୁଟ କଫି ର ସ୍ୱାଦ ନିଆରା ଥିବାରୁ ଏହାକୁ ବିଶ୍ୱସ୍ତରୀୟ ପହୁଞ୍ଚାଯିବ ଇ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ମାଷ୍ଟର ପ୍ଲାନ କରାଯାଉଛି I ତେଣୁ ବର୍ତ୍ତମାନ କଫି ମଞ୍ଜି ତୋଳା ଯାଉଛି ଏହି ପ୍ରକ୍ରିୟା ଆସନ୍ତା ୩ ମାସ ଯାଏ ଚାଲିବ I ସରକାରୀ ସ୍ତରରେ ଏହି କଫି ମଞ୍ଜି ର ଦର ଅଛି ୩୫ ଟଙ୍କା I ଏହା ପୂର୍ବରୁ ଦଲାଲ ମାନେ ଚାଷୀ ମାନଙ୍କ ଠାରୁ ୧୫ ତୁ ୨୦ ଟଙ୍କା ମୂଲ୍ୟରେ କଫି ମଞ୍ଜି ସଂଗ୍ରହ କରି ନେଉଥିଲେ I
ଅନ୍ୟ ଚାଷ ଅପେକ୍ଷା କଫିରୁ ଅଧିକ ରୋଜଗାର ହେଉଥିବାରୁ ସମସ୍ତ ପ୍ରକାର ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହI ଯାଇଛି I
ଚଳିତ ବର୍ଷ ରେକର୍ଡ଼ ସୃଷ୍ଟି କରିଥିବା କୋରାପୁଟ କଫି ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ବଜାରରେ ଉପଲବ୍ଧ ହେଉଥିଛି I ଏହିବର୍ଷ ୨୦୦୬ ହେକ୍ଟର ଜମିରେ କଫି ଚାଷ ହୋଇଛି, ୧୦୦ରୁ ୧୫୦ ମେଟ୍ରିକ ଟନ୍ କଫି ମଂଜି ଆଦାୟ ଲକ୍ଷ୍ୟ ରଖିଛି କଫି ବୋର୍ଡ଼ ।

Comments (0)
Add Comment