ମୃତ ଚାଷୀଙ୍କ ପରିବାର କୁ ଭେଟିବା ପାଇଁ ନ ଦେଵାରୁ , ପୋଲିସ ହେପାଜତରେ ଆମରଣ ଅନଶନରେ ବସିଲେ ପ୍ରିୟଙ୍କା

ଲକ୍ଷ୍ମୀପୁରରେ ହୋଇଥିବା ଚାଷୀଙ୍କ ହତ୍ୟା ଘଟଣା ରେ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଚାଷୀ ଙ୍କ ପରିବାର ସହିତ ଭେଟିବାକୁ ଦିଆଯାଇ ନ ଥିଲା I ଏହାର ପ୍ରତିବାଦରେ ଆକ୍ସନ ମୋଡକୁ ଆସିଛନ୍ତି ପ୍ରିୟଙ୍କା । ତାଙ୍କୁ ଚାଷୀପରିବାରକୁ ଭେଟିବାର ସୁଯୋଗ ନଦେଇ ପୋଲିସ ହେପାଜତକୁ ନେବା ପରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ତାଙ୍କୁ ରଖାଯାଇଥିବା ଗେଷ୍ଟ ହାଉସରେ ଝାଡୁ ମାରୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଏବେ ସେ ଚାଷୀଙ୍କ ସ୍ୱାର୍ଥରେ ପୋଲିସ ହେପାଜତରେ ଥାଇ ଅମରଣ ଅନଶନ ଆରମ୍ଭ କରିଛନ୍ତି । ସେ କହିଛନ୍ତି କି ଯେ ପର୍ଯ୍ୟନ୍ତ ତାଙ୍କୁ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଦିଆଯିବ ନାହିଁ ସେପର୍ଯ୍ୟନ୍ତ ସେ ଉପାସରେ ଅନଶନ କରିବେ ।ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି କି କଂଗ୍ରେସ ରାଜ୍ୟସଭା ସଦସ୍ୟ ଦିପେନ୍ଦ୍ର ହୁଡ୍ଡାଙ୍କ ସମେତ ବରିଷ୍ଠ ନେତାମାନେ ଲକ୍ଷ୍ମୀପୁର ଯାଇ ମୃତ କୃଷକଙ୍କ ପରିବାରକୁ ଭେଟିବାକୁ ଚାହୁଁଥିବା ବେଳେ ସୀତାପୁର ଠାରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା । ଏହାସହ ପୋଲିସ କର୍ମୀମାନେ ପ୍ରିୟଙ୍କାଙ୍କ ସହ ଠେଲା ପେଲା କରିଥିବା ବି ଲଲ୍ଲୁ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶ ପୋଲିସଦ୍ୱାରା ଗୃହବନ୍ଦିନୀ ଥିବା ଲକ୍ଷ୍ନୌ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୃହବନ୍ଦୀ ଆଦେଶ ଅମାନ୍ୟ କରି ରବିବାର ରାତିରେ ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
କିନ୍ତୁ, ପ୍ରାୟ ୫ ଘଣ୍ଟା ଅନୁଧାବନ କରିବା ପରେ ଭୋର୍‌ ପ୍ରାୟ ୫.୩୦ରେ ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ହରଗାଓଁ ଥାନା ଅଞ୍ଚଳରେ ଅଟକ ରଖିଛି । ତାଙ୍କୁ ସୀତାପୁର ଜିଲ୍ଲାରେ ଥିବା ଗୋଟାଏ ‘ଗେଷ୍ଟ୍‍ ହାଉସ୍‌’କୁ ନିଆଯାଇଛି । ତାଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କରିବା ଲାଗି ସେଠାରେ ପହଞ୍ଚିବା ପାଇଁ ଉତ୍ତର ପ୍ରଦେଶ କଂଗ୍ରେସ ଟୁଇଟ୍‌ କରି ଜନସାଧାରଣଙ୍କୁ ନିବେଦନ କରିଛି ।
ସୂଚନା ଅନୁସାରେ କି ଲକ୍ଷ୍ମୀପୁର ଘଟଣାକୁ ନେଇ ଏବେ ସାରା ଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି । ଗତକାଲି ରାତିରୁ ସମେତ ଅନେକ କୃଷକନେତା ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରୁଥିବା ବେଳେ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ସେମାନଙ୍କୁ ବାଟରୁ ଅଟକାଇ ହେପାଜତକୁ ନେଉଛି । ସେପଟେ ପଞ୍ଜାବରେ ସିଦ୍ଧୁ ଓ କଂଗ୍ରେସ କର୍ମୀମାନେ ରାଜଭବନ ଆଗରେ ଧାରଣା ଦେଇଛନ୍ତି ।


Comments (0)
Add Comment