୫୨ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । 10 ହଜାର କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର କରିବେ ଉଦ୍‌ଘାଟନ ।  ଭାଇବ୍ରାଣ୍ଟ ଗୁଜୁରାଟ ବୈଶ୍ବିକ ଶିଖର ବୈଠକରେ  ସାମିଲ ହେବେ ପିଏମ୍‌ । ବୋଦେଲୀ, ଛୋଟା ଉଦୟପୁର ଠାରେ ୫୨ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

ସେହିପରି “ଉତ୍କର୍ଷ ବିଦ୍ୟାଳୟ ଅଭିଯାନ” କାର୍ଯ୍ୟକ୍ରମ ଅଧୀନରେ  ୪୫ ଶହ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହା ଗୁଜରାଟର ବିଦ୍ୟାଳୟ ଭିତ୍ତିଭୂମି ମଜଭୁତ କରିବ। ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ବିକ ଶିଖର ବୈଠକରେ ୨୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।  ଏଠାରେ ଶିଳ୍ପ ସଂଘ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଥିବା ଖ୍ୟାତନାମା ବ୍ୟକ୍ତିଗଣ, ଉଚ୍ଚ ଓ ବୈଷୟିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ସଙ୍ଗଠନ, ବାଣିଜ୍ୟ ଏବଂ ବାଣିଜ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ, ଯୁବ ଉଦ୍ୟୋଗୀ, ବୈଷୟିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେବେ  । ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ଆରମ୍ଭ କରାଯାଇଥିଲା। ୨୦୦୩ ମସିହା ସେପ୍ଟେମ୍ବର ୨୮ ତାରିଖରେ ସ୍ପନ୍ଦନ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହୋଇଥିଲା । ଅନ୍ୟପଟେ ସେପ୍ଟେମ୍ବର 27 ଅର୍ଥାତ୍ ଆସନ୍ତାକାଲି ରାତି ପ୍ରାୟ ୧ଟା ୪୫ ରେ ଉଦୟପୁରର ବୋଡେଲିରେ ପହଞ୍ଚି  ୫, ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  ।