ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୫ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପୁରସ୍କାରକୁ ପାଇବା ପାଇଁ ୫ରୁ ୧୮ ବର୍ଷର ପିଲା ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରିବା ଶେଷ ତାରିଖ ୩୧ ଜୁଲାଇ ୨୦୨୫। ଏହି ପୁରସ୍କାର ପିଲାଙ୍କୁ ସେମାନଙ୍କ ଶିକ୍ଷା କଳା, ସଂସ୍କୃତି, ସମାଜ ସେବା ପାଇଁ ଦିଆଯାଇଥାଏ। ଏହି ପୁରସ୍କାର ଭାରତରେ ପିଲାମାନଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ। ଏହି ପୁରସ୍କାର ସମ୍ମାନ ସମୁଦାୟ ୭ଟି ଶେଣୀରେ ଉତ୍କୃଷ୍ଟ ଉପଲବ୍ଧିଗୁଡ଼ିକ ପାଇଁ ଦିଆଯାଇଥାଏ। ସେଗୁଡିକ ହେଲା ସାହସିକତା, କଳା ଏବଂ ସଂସ୍କୃତି, ପରିବେଶ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସମାଜ ସେବା, କ୍ରୀଡା । ଏଥିପାଇଁ ଆବଶ୍ୟକ ଯୋଗ୍ୟତା ହେଉଛି – ଆବେଦନକାରୀ ଜଣେ ଶିଶୁ ଭାରତୀୟ ନାଗରିକ ହୋଇଥିବ। ପିଲାଙ୍କ ବୟସ ୫ ରୁ ୧୮ ବର୍ଷ ମଧ୍ୟରେ ହୋଇଥିବ। ଏହାର ଗଣନା ଚଳିତ ବର୍ଷ ୩୧ ଜୁଲାଇ ହିସାବରେ କରାଯିବ। ପିଲାଙ୍କ ଉପଲବ୍ଧି ନାମାଙ୍କନ ବା ଆବେଦନ ପ୍ରାପ୍ତ ହେବାର ତାରିଖ ୨ ବର୍ଷ ଭିତରେ ରହିବା ଆବଶ୍ୟକ। ନିର୍ଦ୍ଧିଷ୍ଟ ୭ ଶେଣ୍ରୀରେ ଯଦି କୌଣସି ଏକ କ୍ଷେତ୍ରରେ ମଧ୍ୟ ପିଲାମାନେ ଉତ୍କୃଷ୍ଟ ଯୋଗଦାନ କରିଥିବେ।
ଏଥିପାଇଁ ପଞ୍ଜିକରଣ ଏବଂ ଆବେଦନ https://awards.gov.in/ ଲିଙ୍କୁ ଯାଇ କରିପାରିବେ।