ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାରର ବର୍ଷ ପୂର୍ତ୍ତୀ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ବର: ଓଡିଶାର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ରାଜ୍ୟ ବିଜେପି ନେତାଙ୍କ ସୁତ୍ରରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଗ ଦେବା ପାଇଁ ଓଡିଶା ଆସିବେ। ସମ୍ଭବତଃ ସେ ଆସନ୍ତା 11 କିମ୍ବା 12 ତାରିଖରେ ଆସିବେ ବୋଲି ଜଣାପଡିଛି।  ସେଥିପାଇଁ ବିଜେପି ଶିବିର ତରଫରୁ ବେଶ ତତ୍ପରତା ପ୍ରକାଶ ପାଇଛି।

ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତୀ ପାଳନ ପାଇଁ ଉଭୟ ସରକାର ଏବଂ ଦଳ ତରଫରୁ ବଡ ଆୟୋଜନର ପ୍ରସ୍ତୁତି ଚାଲିଛି। ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସରକାର ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ଜଣାପଡିଛି।

Prime Minister Narendra Modi to visit Odisha