ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଭାରତ ଆସିବାକୁ କଲେ ଆମନ୍ତ୍ରଣ

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ୫ ଦିନିଆ ଇଟାଲି ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ରୋମରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ଭେଟି ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏନେଇ ମୋଦି ଟ୍ୱିଟ୍‌ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, ପୋପ୍ ଫ୍ରାନ୍ସିସଙ୍କ ସହ ସାକ୍ଷାତ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଁ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ପାଇଲି ଏବଂ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛି। ଜଳବାୟୁ ପରିବର୍ତ୍ତନ ସହ ଦାରିଦ୍ର୍ୟ ବିରୋଧରେ ଲଢେଇ ସହ ବିଭିନ୍ନ ପ୍ରସଙ୍ଗରେ ମୋଦି ତାଙ୍କ ସହ ଆଲୋଚନା କରିଛନ୍ତି। ଶେଷଥର ପାଇଁ ୧୯୯୯ରେ ତତ୍କାଳୀନ ପୋପ୍‌ ଜନ୍‌ ପଲ୍‌ ଭାରତ ଗସ୍ତରେ ଆସିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସହ ଭେଟଘାଟ ହୋଇଥିଲା।

ଏଥର ମୋଦିଙ୍କ ସହ ଗସ୍ତରେ ଯାଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପାଇଁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।

Comments (0)
Add Comment