ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କରିଥିଲେ। ଭାରତୀୟ ଦଳ ଗତ ୨ ନଭେମ୍ବର, ୨୦୨୫ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲରେ ବିଜୟୀ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଏହି ଗୋଟିଏ ଦିନରେ ଉଭୟ ଦେବ ଦୀପାବଳି ଏବଂ ଗୁରୁ ପରବ ଉଭୟ ପାଳନ କରାଯାଉଛି। ସେ ଉପସ୍ଥିତ ସମସ୍ତଙ୍କୁ ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଦଳର ପ୍ରଶିକ୍ଷକ ଶ୍ରୀ ଅମୋଲ ମଜୁମଦାର କହିଛନ୍ତି ଯେ ତାଙ୍କୁ ଭେଟିବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା। ସେ ଖେଳାଳିମାନଙ୍କ କଠିନ ପରିଶ୍ରମକୁ ଦେଶର ଝିଅମାନଙ୍କ ଦ୍ୱାରା ପରିଚାଳିତ ଏକ ଆନ୍ଦୋଳନ ଭାବରେ ଅବିହିତ କରିଥିଲେ ଏବଂ ଗତ ଦୁଇ ବର୍ଷରେ ସେମାନଙ୍କର ଅସାଧାରଣ ସମର୍ପଣଭାବକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଝିଅମାନେ ପ୍ରତ୍ୟେକ ଅଭ୍ୟାସ ଅଧିବେଶନରେ ଉଲ୍ଲେଖନୀୟ ତୀବ୍ରତା ଏବଂ ଶକ୍ତି ସହିତ ଖେଳିଥିଲେ । ସେମାନଙ୍କର ଏହି କଠିନ ପରିଶ୍ରମ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ।