ଦୀପାବଳି ଉତ୍ସବ ପାଳିବା ପାଇଁ ନୌଶେରା ସେକ୍ଟର ପହଞ୍ଚିଲେ ପ୍ରଧାନ ମନ୍ତ୍ରୀ ମୋଦି

ପ୍ରତି ବର୍ଷ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଗୁରୁବାର ଜମ୍ମୁ-କଶ୍ମୀର ର ନୌଶେରା ସେକ୍ଟର ପହଞ୍ଚି ଯବାନଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ସହିଦ ଯଦବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ଯେ, ଆମର ସୈନିକ ମା ଭାରତୀର ସୁରକ୍ଷା କବଚ ଅଟନ୍ତି । ପ୍ରଧାନମନ୍ତ୍ରୀ ଯବାନଙ୍କୁ କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକରେ ଏଠାକାର ବ୍ରିଗ୍ରେଡ ଯେଉଁ ଭୂମିକା ନିଭାଇଛନ୍ତି ତାହା ଦେଶର ପ୍ରତିଟି ନାଗରିକଙ୍କୁ ଗର୍ବିତ କରିଛି । ଆପଣ ସମସ୍ତଙ୍କ ପାଇଁ ଦେଶବାସୀ ଶାନ୍ତିରେ ଶୋଇ ପାରୁଛନ୍ତି ଏବଂ ପାର୍ବଣରେ ଖୁସି ମନାଉଛନ୍ତି । ମୁଁ ପ୍ରତି ଦୀପାବଳି ରେ ସୀମାର ରକ୍ଷା କରୁଥିବା ସୈନିକଙ୍କ ସହିତ ପାଳନ କରୁଛି । ଆଜି ମୁଁ ନିଜ ସହିତ ଏଠାକୁ ନିଜ ସୈନିକଙ୍କ ପାଇଁ କୋଟି କୋଟି ଭାରତୀୟଙ୍କ ଆଶୀର୍ବାଦ ନେଇ ଆସିଛି

Comments (0)
Add Comment