ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାରା ଦେଶରେ ବିଜୟା ଦଶମୀ ପୂଜା ଉପଲକ୍ଷେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶବାସୀଙ୍କୁ ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସେ ଟ୍ୱିଟ ରେ କହିଛନ୍ତି ମାଁ ସିଦ୍ଧିଦାତ୍ରୀଙ୍କ କୃ ପାରେ ଆମେ ସବୁ ଆମ ସିଦ୍ଧି ପ୍ରାପ୍ତ କରିବା । ଏହି ପୁଣ୍ୟ ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିଜୟା ଦଶମୀର ବିଶେଷ ଅବସରରେ ସାତଟି ନୂତନ ପ୍ରତିରକ୍ଷା କମ୍ପାନୀ ଦେଶ ପାଇଁ ଉତ୍ସର୍ଗୀକୃତ ହେବେ । ପ୍ରତିରକ୍ଷା କ୍ଷେତ୍ରର ଆଧୁନିକୀକରଣ ଏବଂ ଏକ ଅତମନିରଭର ଭାରତ ସୃଷ୍ଟି କରିବା ପାଇଁ ଏହା ଆମର ପ୍ରୟାସର ଏକ ଅଂଶ ବୋଲି ଟ୍ୱିଟ କରିଛନ୍ତି ମୋଦୀ ।

ସେହିପରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଛନ୍ତି । ମା’ ଦୁର୍ଗାଙ୍କ ଆଗମନ ସହ ଅସତ୍ୟ ଓ ଅଧର୍ମ ଉପରେ ସତ୍ୟର ବିଜୟ ହେଉ ବୋଲି କାମନା କରିଛନ୍ତି ମନ୍ତ୍ରୀ ।

Comments (0)
Add Comment