ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଥାଇଲାଣ୍ଡ ଓ ଭାରତର ଜନସାଧାରଣଙ୍କ ମଧ୍ୟରେ ଥିବା ସଭ୍ୟତାଗତ, ସାସ୍କୃତିକ ଏବଂ ଭାବଗତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଦିଗରେ କାମ କରିବାକୁ ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:

“ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ @ingshin। ପ୍ରତ୍ୟେକ ସଫଳତାର ସମୟ ପାଇଁ ଶୁଭେଚ୍ଛା। ଭାରତ ଓ ଥାଇଲାଣ୍ଡ  ଜନସାଧାରଣଙ୍କ ମଧ୍ୟରେ ଥିବା ସଭ୍ୟତାଗତ, ସାସ୍କୃତିକ ଏବଂ ଭାବଗତ ତଥା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ଦିଗରେ ମିଳିମିଶି କାମ କରିବା ପାଇଁ ଆଶା କରୁଛି।”