ଆଜି ନାମାଙ୍କନ ପତ୍ର ଦାଖଲ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା I ମିଳିତ ବିରୋଧୀ ଦଳ ପକ୍ଷରୁ ଯଶବନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି I ଏହି ଅବସରରେ ତାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସପାର ଅଧ୍ୟକ୍ଷ ଅଖିଳେଶ ଯାଦବ, ଏନସିପିର ମୁଖ୍ୟ ଶରଦ ପାୱାର, ମଲ୍ଲିକାର୍ଜୁନ ଖାରଗେ ସମେତ ଅନ୍ୟ ବିରୋଧୀ ନେତା ଉପସ୍ଥିତ ଥିଲେ । ଶ୍ରୀ ସିହ୍ନା ୪ ସେଟର ନାମାଙ୍କନ ପତ୍ର ରାଜ୍ୟସଭା ସଚିବ ତଥା ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପିସି ମୋଡୀଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ, ଡିଏମକେର ଏ ରାଜା ଓ ଏନସିର ଫାରୁକ ଅବଦୁଲ୍ଲା ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ନାମାଙ୍କନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ ଏବଂ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ସମର୍ଥନ ମାଗିଥିଲେ ଯଶୱନ୍ତ ସିହ୍ନା । ୮୪ ବର୍ଷୀୟ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଅର୍ଥ ଏବଂ ବୈଦେଶିକ ମନ୍ତ୍ରୀ ଥିଲେ ।
ସେହିପରି ଗତ ୨୪ ଜୁନ ରେ ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଚ୍ଛନ୍ତି I ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ଉପସ୍ଥିତ ରହିଥିଲେ । ରାଷ୍ଟ୍ରପତି ନିର୍ବାଚନ ରେ ଯଶବନ୍ତ ସିହ୍ନା ଙ୍କ ସହିତ ଦ୍ରୌପଦୀ ମୁର୍ମୁ ଙ୍କ ମଧ୍ୟରେ କଡା ଟକ୍କର ହେବ I
ଯଶବନ୍ତ ସିହ୍ନାଙ୍କ ପ୍ରାର୍ଥିତ୍ରକୁ ତେଲେଙ୍ଗାନାର କ୍ଷମତାସୀନ କେସିଆରଙ୍କ ଟିଆରଏସ୍ ସମର୍ଥନ ଘୋଷଣା କରିଛି। ଏସମ୍ପର୍କରେ ରାଜ୍ୟର ମନ୍ତ୍ରୀ କେଟିଆର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଶ୍ରୀ ସିହ୍ନା ସଂସଦ ଭବନରେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କେଟିଆର ଦଳର କିଛି ସାଂସଦଙ୍କ ସହ ଉପସ୍ଥିତ ରହିଥିଲେ I ଏହା ସହିତ ତାଙ୍କୁ ଟିଏମସି, କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ପ୍ରମୁଖ ସମର୍ଥନ କରୁଛନ୍ତି। ତାଙ୍କୁ ବିରୋଧୀ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବାରୁ ଯଶୱନ୍ତ ସିହ୍ନା ବିରୋଧୀ ଦଳ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।