ରାଷ୍ଟ୍ରପତି ନିର୍ବାଚନ : ୪ ଟି ରାଜ୍ୟରୁ ବ୍ୟାପକ କ୍ରସ ଭୋଟିଂ

ଆଜି ଦେଶ ର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି I ଦେଶର ସାଂସଦ ଏବଂ ବିଧାୟକମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ମତଦାନ ବେଳେ ଓଡିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ, ଆସାମ ଭଳି ରାଜ୍ୟରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି । ଓଡ଼ିଶାରେ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳ ବିରୋଧରେ ଯାଇ ଦ୍ରୌପଦି ମୁର୍ମୁଙ୍କୁ କ୍ରସ ଭୋଟିଂ କରିଥିଲେ I ସେହିପରି ୟୁପିର ବରେଲିରେ ସମାଜବାଦୀ ପାର୍ଟିର ବିଧାୟକ ସହଜିଲ ଇସ୍ଲାମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ସହଜିଲ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗୁଜରାଟରେ ଏନସିପି ନେତା କନ୍ଧାଲ ଏସ ଜାଡେଜା ଏବଂ ଆସାମରେ ୨୦ରୁ ଅଧିକ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଥିବା ଏଆଇୟୁଡିଏଫ୍ ବିଧାୟକ ଦାବି କରିଛନ୍ତି।

ସୂଚନାନୁସIରେ ଦେଶର ସବୁଠାରୁ ମର୍ଯ୍ୟାଦାଜନକ ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନଙ୍କା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ତେବେ ଆଜିର ନିର୍ବାଚନରେ ମୋଟ ୪୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦି ମୁର୍ମୁଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ମୁକୁଟ ପିନ୍ଧିବା ନିଶ୍ଚିତ। ୨୭ ଟି ଦଳର ସମର୍ଥନ ସହିତ ଦ୍ରୌପଦି ମୁର୍ମୁଙ୍କ ଉପରେ ଅଧିକ ହାତ ଅଛି। ଏଥି ସହିତ, କେବଳ ୧୪ ଟି ଦଳର ସମର୍ଥନରେ ସିହ୍ନାଙ୍କୁ ପ୍ରାୟ ୩.୬୨ ଲକ୍ଷ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି ।