ଭୁବନେଶ୍ବର: ବିରଜାପୀଠ ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କ଼ଡା ସୁରକ୍ଷା ବ୍ୟବସ୍ଥା ଭିତରେ ଜିଲ୍ଲା ପ୍ରଶାସନିକ ପଡିଆରେ ହେଲିକ୍ୟାପ୍ଟର ଯୋଗେ ଅବତରଣ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରା ଯାଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେଲିପ୍ୟାଡ ନିକଟରୁ ମହାମହିମ ରାଷ୍ଟ୍ରପତିଙ୍କୁ ଯାଜପୁରର ଆରାଧ୍ୟା ଦେବୀ ମା’ ବିରଜାଙ୍କ ମନ୍ଦିରକୁ ପାଛୋଟି ଅଣାଯାଇଥିଲା। କିଛି ସମୟ ପାଇଁ ରେଫ୍ରେସ ରୁମରେ ଫ୍ରେସ ହୋଇ ହାତଗୋଡ ପ୍ରକ୍ଷାଳନ କରି ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଉପସ୍ଥିତ ଥିଲେ। ମନ୍ଦିର ପରିସରରେ ପହଞ୍ଚି ମହାମହିମ ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏବେ ନାଭିଗୟା ନିକଟରେ ରାଷ୍ଟ୍ରପତିଙ୍କ ଦ୍ଵାରା ପିତୃପୁରୁଷଙ୍କୁ ପିଣ୍ଡଦାନ କାର୍ଯ୍ୟକ୍ରମ କରାଯାଇଥିଲା।