ଆଇଡିଏସ୍‌ରେ ପେରିଓଡୋଂଟୋଲଜି ସମ୍ମିଳନୀର ପୂର୍ବ ପ୍ରସ୍ତୁତି କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୧୧/୧୧: ଭୁବନେଶ୍ୱରରେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଓଡୋଂଟୋଲଜି (ଆଇଏସ୍‌ପି)ର ୪୬ ତମ ଜାତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ଠାରେ ୪ ଟି ପୂର୍ବ ପ୍ରସ୍ତୁତି କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ସାରା ଦେଶରୁ ପ୍ରାୟ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ଇମ୍‌ପ୍ଲାଂଟ ଡେଂଟିଷ୍ଟ୍ରି ଏବଂ ଲେଜର ଟେକ୍ନୋଲଜି ଭଳି ଅତ୍ୟାଧୁନିକ ଶିକ୍ଷା ପ୍ରଣାଳୀ ବିଷୟରେ ଆଲୋଚନା କରାଯାଇଥିଲା ।
ଏଥିରେ ସାମିଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବକ୍ତାମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ଡାକ୍ତର ହୋମା ଏଚ୍ ଜାଦେ ଯୋଗ ଦେଇ ମାଢ଼ି ଅସ୍ତ୍ରୋପଚାରର ନୂତନ ଏବଂ ଅଭିନବ ପ୍ରଣାଳୀ ସମ୍ପର୍କରେ ନିଜର ମତ ଓ ଅନୁଭୂତି ବଖାଣି ଥିଲେ ।
ଏହି କର୍ମଶାଳାକୁ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଓଡୋଂଟୋଲଜିର ସଭାପତି ଡାକ୍ତର ମନୀଷ ଖତ୍ରୀ ଏବଂ ସଚିବ ଡାକ୍ତର ଏଚ୍‌. ଏସ୍ ଗ୍ରୋଭର୍ ଉଦ୍‌ଘାଟନ କରିଥିବା ବେଳେ ସମ୍ମିଳନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ସୁଭାଷ ଚନ୍ଦ୍ର ରାଜ, କାର୍ଯ୍ୟକାରୀ ସଚିବ ଡାକ୍ତର ମହମ୍ମଦ ଜଲାଲ୍‌ଉଦିନ୍‌, ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ସମ୍ମିଳନୀ ସଚିବ ଡାକ୍ତର ରିଙ୍କି ମହାନ୍ତି, ବୈଜ୍ଞାନିକ ପ୍ରସଙ୍ଗର ଅଧ୍ୟକ୍ଷ ଡାକ୍ତର ଅନୁରାଗ ଶତପଥୀ ଏବଂ ସମ୍ମିଳନୀର ଅଧ୍ୟକ୍ଷ ଡାକ୍ତର ସୌରଭ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମକୁ ଡାକ୍ତର ଗାଥା ମହାନ୍ତି ପରିଚାଳନା କରିଥିଲେ ।