ପୌର ନିର୍ବାଚନ ପାଇଁ ୧୦ରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା :ନିର୍ବାଚନ କମିଶନ

ରାଜ୍ୟରେ ଚଳିତ ମାସ ଆରମ୍ଭ ହେଇ ଯାଉଛି ପଂଚାୟତ ନିର୍ବାଚନ ଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କ୍ରମେ ୫ ଟି ପର୍ଯ୍ୟରେ ହେବାକୁ ଯାଉଛି ଇ ଏହା ପରେ ପରେ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ I ଏହିପାଇଁ ରାଜ୍ୟ ନିର୍ବାଚନ କମିଶନ ଙ୍କ ତରଫରୁ ଜୋରଦାର ପ୍ରସ୍ତୁତି ହେଉଛି Iପୌରାଞ୍ଚଳ ପାଇଁ ଫେବୃଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ। ଫେବ୍ରୁଆରୀ ୨୪ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ଓ ୨୮ରେ ନିର୍ବାଚନ କମିଶନଙ୍କୁ ଭୋଟର ତାଲିକା ପ୍ରଦାନ କରାଯିବ। ତେବେ ତାଲିକାରେ ନୂଆ ଭୋଟରଙ୍କ ନାମ ଉଠିବ ନାହିଁ।କେବଳ ୱାର୍ଡ଼ ପରିବର୍ତ୍ତନ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି। ଏହାସହ ୨୮ ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ସରିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ କହିଛନ୍ତି।
ସେହିପରି ରାଜ୍ୟର ୪୮ NAC, ୫୯ ମ୍ୟୁନିସିପାଲିଟି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପରେ ପରେ ସମ୍ଭବତଃ ଏପ୍ରିଲ ମାସ ବେଳକୁ ହୋଇପାରେ ପୌର ନିର୍ବାଚନ। ପୌର ନିର୍ବାଚନ ପାଇଁ ଇଭିଏମ୍ ରେ ଭୋଟ ଗ୍ରହଣ କରାଯିବ। ଏଥର ମେୟର ଓ ପୌରାଧ୍ୟକ୍ଷ ମଧ୍ୟ ଲୋକଙ୍କ ପ୍ରତ୍ୟକ୍ଷ ମତଦାନ ଦ୍ୱାରା ନିର୍ବାଚିତ ହେବେ I

Comments (0)
Add Comment