ମୋଦିଙ୍କୁ ସୂର୍ଯ୍ୟ, ଖଡଗେଙ୍କୁ ଜୁଳୁଜୁଳିଆ ପୋକ ସହ ତୁଳନା କଲେ ପ୍ରତାପ ଷଡ଼ଙ୍ଗୀ

ମୋଦିଙ୍କୁ ସୂର୍ଯ୍ୟ ଆଉ ଖଡଗେଙ୍କୁ ଜୁଳୁଜୁଳିଆ ପୋକ ସହ ତୁଳନା କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ଖଡଗେଙ୍କ ଗସ୍ତ ନେଇ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । କଂଗ୍ରେସର ଡବଲ ଷ୍ଟାଣ୍ଡଡ ଯୋଗୁଁ ତଳକୁ ଖସି ଖସି ଯାଉଛି ।

ଖଡଗେ, ରାହୁଲ ଆସିଲେ କିଛି ପ୍ରଭାବ ନାହିଁ । ଫ୍ୟୁଜ ହୋଇଥିବା ବଲ ଜଳିବନି । ମୋଦି ଖଡ଼ଗେ ସମାନ ନୁହଁନ୍ତି । ସୂର୍ଯ୍ୟ ଉଦୟ ହେଲେ  ଅନ୍ଧାର  ଦୂର ହୁଏ ଆଉ ଜୁଳୁଜୁଳିଆ ପୋକରେ ଅନ୍ଧାର ଦୂର ହୁଏନି । କଂଗ୍ରେସର ପ୍ରଭାବ କମିଛି । ନିର୍ବାଚନ ମଣ୍ଡଳୀରେ ମାତ୍ର ୩ରୁ ୪ ହଜାର ଭୋଟ ବଞ୍ଚିଛି । ପରିବାରବାଦୀ, ଏକଛତ୍ରବାଦ ପାର୍ଟି ଗୋଟେ ପଟେ ଆଉ ମୋଦି ଆଉ ଗୋଟେ ପଟେ ।