ଓଡିଆ ଫିଲ୍ମରେ ଟଙ୍କା ଲଗାଉଥିଲେ ପ୍ରତାପ ସାମଲ :ସ୍ତ୍ରୀ ଥିଲେ ପ୍ରଯୋଜିକା

ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିବା ଧନ କୁବେର ପ୍ରତାପ ସାମଲଙ୍କ ଆଉ ଗୋଟିଏ ଦିଗ ଉନ୍ମୋଚିତ ହୋଇଛି I ଦୁଇଟି ଓଡିଆ ଫିଲ୍ମ ବାଜି ଓ ନାରୀ ଆଖିରେ ନିଆଁରେ ପ୍ରତାପଙ୍କ ଟଙ୍କା ଲାଗିଥିବା ଅଭିଯୋଗ ହୋଇଛି । ଦୁଇଟି ଯାକ ଫିଲ୍ମରେ ତାଙ୍କ ପତ୍ନୀ ସସ୍ମିତା ସାମଲ ସହ-ପ୍ରଯୋଜିକା ଅଛନ୍ତି । ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଜେଲ ଯାଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରତାପ ସାମଲଙ୍କ ବିଭିନ୍ନ ଠିକଣାରେ ରେଡ୍ ପରେ, ତଦନ୍ତ ଯେତିକି ଯେତିକି ଆଗଉଛି ତାଙ୍କ ସମ୍ପତିର ପରିମାଣ ସେତିକି ବଢ଼ି ବଢ଼ି ଚାଲିଛି ।
ଏପର୍ଯ୍ୟନ୍ତ ଭିଜିଲାନ୍ସ ଠାବ କରିଥିବା ପ୍ରତାପଙ୍କ ସମ୍ପତିର ପରିମାଣ ତାଙ୍କ ଆୟଠାରୁ ୧୦ ଗୁଣ ଅଧିକ ବୋଲି ଜଣାପଡିଛି । ସରକାରୀ ଭାବେ ୧ ହଜାର ୭୧ ପ୍ରତିଶତ ବୋଲି କୁହାଯାଇଛି । ମୋଟ ସମ୍ପତିର ମୂଲ୍ୟ ୧୪ କୋଟି ୮୭ ଲକ୍ଷ ବୋଲି ଭିଜିଲାନ୍ସ କହିଛି । ଏଥିରେ ରହିଛି, ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ଥିବା ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ପ୍ରତାପ ଓ ତାଙ୍କ ପରିବାରଙ୍କ ନାଁରେ ଥିବା ୨୫ଟି ଜମି, କୋଠା ଓ ଫ୍ଲାଟ । ତେବେ ପତ୍ନୀଙ୍କ ଓଲିଉଡ କନେକ୍ସନ ସାମ୍ନାକୁ ଆସିବା ପରେ ସସ୍ମିତା ସାମଲଙ୍କ ନାଁରେ ମଧ୍ୟ
ଯାହା ଜଣାଯାଉଛି ଅସାଧୁ ଉପାୟରେ ସଂପତି ହାତେଇବା ରେ ସ୍ତ୍ରୀ ଙ୍କର ମଧ୍ୟ ପୂର୍ଣ୍ଣ ସହଯୋଗ ଥିଲା I

Comments (0)
Add Comment