ପ୍ରତାପ ଜେନା ଏବଂ ସଞ୍ଜୟ ଦାଶ ବର୍ମା ଫେରି ପାଇଲେ ସ୍ଥାନ

ଭୁବନେଶ୍ୱର: ବିଜେଡି ଜିଲ୍ଲା  ପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିଯୁ୍କ୍ତି ପାଇଲେ ପ୍ରତାପ ଜେନା ଏବଂ ସଞ୍ଜୟ ଦାଶ ବର୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି ।  ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଆଜି ଅର୍ଥାନ ଗୁରୁବାର ଦଳ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ପ୍ରତାପ ଜେନା କେନ୍ଦ୍ରାପଡ ଜିଲ୍ଲା ପର‌୍ୟ୍ୟବେକ୍ଷକ ଦାୟିତ୍ୱରେ ରହିବେ। ସେହିପରି ସଞ୍ଜୟ ଦାସ ବର୍ମାଙ୍କୁ ଦିଆଯାଇଛି ଭଦ୍ରକ ଜିଲ୍ଲାର ଦାୟିତ୍ୱ ।ଏହି ନିର୍ଦ୍ଦେଶନାମା ତୁରନ୍ତ କାର‌୍ୟ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଏହି ଘଟଣା ପରେ କୋଣଠେସା ହୋଇଥିବା ବଜେଡିର ଦୁଇ ବରିଷ୍ଠ ନେତା ଯେ ପୁଣି ଦଳ ସୁପ୍ରିମୋଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି ତାହା ସ୍ପଷ୍ଟ ହୋଇଛି ।   ମାହାଙ୍ଗା ଡବଲ ମର୍ଡର ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ୟାବିନେଟରୁ ଗତବର୍ଷ ବାହାର କରି ଦେଇଥିଲେ। ପ୍ରତାପ ଜେନାଙ୍କୁ  ଆଜି ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି । ଡବଲ ମର୍ଡର ମାମଲାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି ।  ଆସନ୍ତା ଡିସେମ୍ବର ୧୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ଆଜି ଏହି ରାୟ ଶୁଣାଣି ପରେ  ପ୍ରତାପଙ୍କୁ ମିଳିଛି ଏହି ନୂଆ ଦାୟିତ୍ୱ।

ସେହିପରି ସଞ୍ଜୟ ଦାସ ବର୍ମା ୨୦୧୯ ନିର୍ବାଚନ ହାରିବା ପରେ ତାଙ୍କୁ ଯୋଜନା ବାେର୍ଡର ଉପାଧ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ଗତବର୍: ତାଙ୍କ ମଧ୍ୟ ପଦରୁ ବାହାର କରାଯାଇଥିଲା ।  ନୂଆ ଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଞ୍ଜୟ ଦାସବର୍ମା । ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବେ ବୋଲି କହିଛନ୍ତି ।