ମାର୍ଚ୍ଚ ୧ରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା

ମାର୍ଚ୍ଚ ପହିଲାରୁ ଆଇଏଏସ୍ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆଜି ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ସେହିଭଳି ଆଇଏଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୯ ବ୍ୟାଚର IAS ହେଉଛନ୍ତି ପ୍ରଦୀପ କୁମାର ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରୁଥିବା ବେଳେ ଏହା ପୂର୍ବରୁ ନୂଆ ସିଏସଙ୍କ ନାମ ପ୍ରକାଶ ପାଇଛି ।

ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ୨୮ରେ ଅବସର ନେବେ CS ସୁରେଶ ଚନ୍ଦ୍ର ମହାପାତ୍ର । ଅବସର ପରେ ସୁରେଶଙ୍କ କାର୍ଯ୍ୟକାଳ ଦୁଇଥର ବଢିଥିଲା ।

ସେହିପରି ACS ଅନୁ ଗର୍ଗ ପରବର୍ତ୍ତୀ ଉନ୍ନୟନ କମିଶନର । ଜଳସମ୍ପଦ ବିଭାଗର ACS ଭାବେ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ ଅନୁ ଗର୍ଗ ।