ରାଜଧାନୀ ବାସୀଙ୍କୁ ଆଶ୍ବସ୍ତି ଦେଲା ଅସରାଏ ବର୍ଷା

ଅସହ୍ୟ ଗରମ ଗୁଳୁଗୁଳି ରେ ରାଜଧାନୀବାସୀ ଅସ୍ତବ୍ୟସ୍ତ ହେଉଥିବାବେଳେ ଆଜି ସନ୍ଧ୍ୟାରେ ହେଇଛି ଅସରାଏ ବର୍ଷା ଫଳରେ ଗତ ୧୫ ଦିନ ଧରି ଲାଗିରହିଥିବା ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି ଇ ଆଜି ସନ୍ଧ୍ୟା ୮ .୩୦ ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ଝଡ଼ ବର୍ଷା । ତେବେ ଏହା କିଛି ସମୀପରେ ଛାଡି ଯାଇଥିଲେ ମଧ୍ୟ ରାତି ୧୦ ତା ଯାଏ ଝିପି ଝିପି ଲାଗିରହିଥିଲା I ସକାଳ ୮ ଟାରୁ ସନ୍ଧ୍ୟା ୫ ଟା ଯାଏ ଡହ ଡହ ଖରାରେ ରାଜଧାନୀବାସୀ ଅତିଷ୍ଠ ହୋଇପଡିଥିବା ବେଳେ ଆଜି ର ବର୍ଷା ପାଗକୁ ସାମାନ୍ୟ ଥଣ୍ଡା କରିଛି I ଖବର ଅନୁସାରେ ଆସନ୍ତା ୧୬ ତାରିଖ ଯାଏ ପାଗରେ କୌଣସି ପରିବର୍ତନ ହେବ ନାହିଁ ତଥା ତାତି ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ରିପୋର୍ଟ ପ୍ରକାଶ ପାଇଥିଲା I ସେହିପରି ମୌସୁମୀ ଓଡିଶାକୁ ବିଳମ୍ବରେ ପ୍ରବେଶ କରିବାକୁ ଥିବାବେଳେ ଆଜି ସନ୍ଧ୍ୟାରେଅସରାଏ ବର୍ଷା ରାଜଧାନୀବାସୀଙ୍କୁ ଆଶ୍ବସ୍ତି ଆଣିଦେଇଛି I