ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନା ଆଇଆଇସି

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି I ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବା ପାଇଁ ୨୫ହଜାର ଟଙ୍କା ଲାଂଚ ନେଉଥିଲେ ଆଇଆଇସି ଆଲୋକ କୁମାର ବେହେରା I ଆଜି ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I

ସୂଚନାନୁସାରେ, ୨୦୨୦ ମସିହାର ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡ଼େଇଙ୍କ ଏକ ପୁରୁଣା ମାମଲା ଚାର୍ଜସିଟରୁ ନାମ ତାଙ୍କ ପତ୍ନୀଙ୍କ ନାଁ କାଟିବା ପାଇଁ ଥାନା ଅଧିକାରୀ ୫୦ ହଜାର ଟଙ୍କା ମାଗିଥିଲେ । କିନ୍ତୁ ୨୫ହଜାର ଟଙ୍କାରେ ଏହି ମାମଲା ଛିଡ଼ିଥିଲା I ଏ ସମ୍ପର୍କରେ ଅଜିତ ବରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ I ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ପୂର୍ବପ୍ରସ୍ତୁତି ମୁତାବକ ଥାନା ଅଧିକାରୀଙ୍କୁ ଟଙ୍କା ନେବା ସମୟରେ ଧରିଥିଲା । ସିନେ୍ଧକେଲା ଥାନା ଅଧିକାରୀ ମାତ୍ର ବର୍ଷକ ତଳେ ଚାକିରୀରେ ଯୋଗ ଦେଇଥିବା ବେଳେ, ଧରାପଡ଼ିବା ପରେ ତାଙ୍କର ସିନ୍ଧେକେଲା ସରକାରୀ ଘର ଓ କଟକ ଓଲଟପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ରେଡ୍ ମଧ୍ୟ କରିଛି

CRIMEODISHA