ଭୁବନେଶ୍ୱର : ପୁଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି I କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ଭୁବନେଶ୍ଵର ସିଆରପି ଛକରେ ଥିବା ବଣିକ କୋଚିଂ ସେଣ୍ଟରରେ ଚଢ଼ାଉ କରାଯାଇଛି। କୋଚିଂ ସେଣ୍ଟରରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ବଣିକ ର ୫ ବର୍ଷର ରେକର୍ଡ ଖୋଜୁଛି ପୋଲିସ I ଆନ୍ଧ୍ରପ୍ରଦେଶର ବିଜୟନଗର ସ୍ଵତନ୍ତ୍ର କୋଚିଂ ପାଇଁ ଯାଉଥିବା ପରିକ୍ଷାର୍ଥୀମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟର ବୋଲି ତଦନ୍ତରୁ ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ସେଠାରେ ଚଢ଼ାଉ କରିଛି। ମାମଲାରେ ଅନୁଷ୍ଠାନର କିଛି ଲିଙ୍କ୍ ରହିଛି କି ନାହିଁ ତାହାର ଖୋଳତାଡ଼ କରାଯାଉଛି । ତେବେ ଅନୁଷ୍ଠାନ ପକ୍ଷରୁ କିଛି ଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ପଠାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୧୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଦଲାଲ ରହିଛନ୍ତି। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପରୀକ୍ଷା ପରିଚାଳନା ସଂସ୍ଥା ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟି ଫେରାର ରହିଥିବାବେଳେ ତାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି।