ଭୁବନେଶ୍ୱର:ଗତ ତିନି ଦିନ ହେଲା ଅନଲାଇନ୍ ଅଟୋ ସଂଘ ଡ୍ରାଇଭରମାନେ ଲୋୟର ପିଏମ୍ ଜିରେ ଆନ୍ଦୋଳନ କରୁଛନ୍ତି। ୩୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନଲାଇନ୍ ଅଟୋ ଚାଳକ । ଓଲା, ଉବର ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଟୋ ଚାଳକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଭଡ଼ା ଓ କମିଶନ୍ ସମ୍ବନ୍ଧୀୟ ଦାବି ସହ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଦାବି ହେଇଛି । ଅଟୋ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ବହୁତ ଆସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ଏବଂ ପୋଲିସ । ପୋଲିସକୁ ଢେଲା ପଥର ମାଡ଼ କରିବା ସହିତ ଉତ୍ୟକ୍ତ ଡ୍ରାଇଭରମାନେ ଆମ ବସକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।ଯାହା ଫଳରେ ପୋଲିସ ଲାଠି ଚାଳନା କରିବା ସହିତ ଆନ୍ଦୋଳନରତ କିଛି ଅନଲାଇନ୍ ଡ୍ରାଇଭରଙ୍କୁ ଉଠାଇ ନେଇଛି । ଆନ୍ଦୋଳନ ଯୋଗୁଁ ରାସ୍ତା ଜାମ୍ ହେବା ସହିତ ଗାଡ଼ି ଚଳାଚଳ ପ୍ରଭାବିତ ହେଇଛି l